ବଏଫ୍ରେଣ୍ଡ ସହିତ ଫଟୋ ଶେୟାର କଲେ ପ୍ରକୃତି ମିଶ୍ର
ଓଡ଼ିଆ ଝିଅ ପ୍ରକୃତି ମିଶ୍ର । ପିଲାଟି ଦିନରୁ ଅଭିନୟରେ ରୁଚି ରଖିଥିବା ପ୍ରକୃତି ଓଡ଼ିଆର କେତେକ ଧାରାବାହିକରେ ଶିଶୁ କଳାକାର ଭାବରେ ନଜର ଆସିଛନ୍ତି । ସେହି ମଧ୍ୟରୁ ମେଗା ଧାରାବାହିକ ‘ତୁଳସୀ’ ଗୋଟିଏ । କେବଳ ଧାରାବାହିକ କାହିଁକି ହରି ଭାଇ ହାରେନା ଏବଂ ସାବତ ମା’ ଭଳି ଫିଲ୍ମରେ ଶିଶୁ କଳାକାର ଭାବରେ କାମ କରି ବେଶ୍ ଲୋକପ୍ରିୟତା ସାଉଁଟିଥିଲେ ପ୍ରକୃତି । ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି । କିନ୍ତୁ ଯଦିଓ ପ୍ରକୃତିଙ୍କୁ ଓଡ଼ିଆ ଫିଲ୍ମରେ ଦେଖିବା ପାଇଁ ଦର୍ଶକ ଚାହିଁ ବସିଛନ୍ତି, କିନ୍ତୁ ଦର୍ଶକଙ୍କ ଏହି ସ୍ୱପ୍ନ ପୂରଣ ହୋଇ ପାରୁ ନାହିଁ । କାରଣ ବଲିଉଡ ମୁହାଁ ହୋଇଛନ୍ତି ପ୍ରକୃତି ।
View this post on Instagram
ନିକଟ ଅତୀତରେ ପ୍ରକୃତି ହିନ୍ଦୀ ଧାରାବାହିକ ‘ବିଟ୍ଟୀ ବିଜନେସୱାଲି’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । କିନ୍ତୁ ଏବେ ପ୍ରକୃତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଖବର ଆସିଛି ।ବାସ୍ତବରେ ପ୍ରକୃତି ନିକଟ ଅତୀତରେ ଇଂଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ କ୍ୟାପ୍ସନରେ ଲେଖିଥିଲେ, ଜୀବନର ଲକ୍ଷ୍ୟ ହେଉଛି ଯାହାକୁ ତୁମେ ଗମ୍ଭୀର ଭାବରେ ନିଅ ତା ସହିତ ବଂଚିବା । ସେ କିଛି ଫଟୋ ଶେୟାର କରିଥିଲେ, ଯେଉଁଥିରୁ ଅନୁମାନ କରାଯାଉଛି ସେ ପ୍ରକୃତିଙ୍କ ବଏଫ୍ରେଣ୍ଡ ।