Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମାକ୍ରୋନି ସାଲାଡ

kraft recipes
0 65

ଛୁଟି ଦିନରେ ସମସ୍ତେ କିଛି ନା କିଛି ଭିନ୍ନ ରେସିପି ତିଆରି କରିବାକୁ ପସନ୍ଦ କରନ୍ତି । ତାହା କେବଳ ନିଆରା ନୁହେଁ ବରଂ ସ୍ୱାଦିଷ୍ଟ ମଧ୍ୟ ହେବା ଦରକାର । ତେବେ ମାର୍କୋନି ସାଲାଡ ମଧ୍ୟ ସେହିଭଳି ଏକ ନିଆରା ଖାଦ୍ୟ । ଆସନ୍ତୁ ଜାଣିବା ମାର୍କୋନି ସାଲାଡର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ- ଜଳ, ସ୍ୱାଦନୁସାରେ ଲୁଣ,ମାକ୍ରୋନି, ମେୟୋନିଜ ଆପଲ ସାଇଡର,ସୋରିଷ ବଟା, ଚିନି,ଗୋଲମରିଚ ଗୁଣ୍ଡ,ଗାଜର, ଗ୍ରୀନ ମଟର, ମିଠା ମକା,ବିନ୍ସ ।

ପ୍ରସ୍ତୁତି ପ୍ରଣାଳୀ- ଏକ ପାତ୍ରରେ ୧/୨ ଚାମଚ ଲୁଣ ଓ ୧୫୦ଗ୍ରାମ ମାକ୍ରୋନି ପକାଇ ଫୁଟାନ୍ତୁ । ଏହାପରେ ତାହାକୁ ଛାଣି ରଖନ୍ତୁ । ଏହାପରେ ଏକ ବାଉଲରେ ୨୦୦ଗ୍ରାମ ମେୟୋନିଜ ପକାନ୍ତୁ ଏବଂ ସେଥିରେ ୧/୨ ବଡ଼ ଚାମଚ ଆପଲ ସାଇଡର,୧/୨ ଚାମଚ ସୋରିଷ ବଟା,୧ ବଡ଼ ଚାମଚ ଚିନି, ସ୍ୱାଦନୁସାରେ ଲୁଣ ଏବଂ ୧/୪ ଚାମଚ ଗୋଲମରିଚ ଗୁଣ୍ଡ ପକାଇ ମିଶାନ୍ତୁ । ଏହାପରେ ଏଥିରେ ମାକ୍ରୋନି,୫୦ଗ୍ରାମ ଗାଜର,୩୫ ଗ୍ରାମ ସିଝା ମଟର,୩୫ ଗ୍ରାମ ମିଠା ମକା ଏବଂ ୫୦ ଗ୍ରାମ ସିଝା ବିନ୍ସ ପକାଇ ମିଶାନ୍ତୁ । ଏହିଭଳି ଭାବରେ ପ୍ରସ୍ତୁତ କରନ୍ତୁ ମାକ୍ରୋନି ସାଲାଡ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More