ପ୍ରତୀକ ବବରଙ୍କ ପ୍ରି-ୱେଡିଂ ସେରେମନି, ହଳଦୀ-ମେହେନ୍ଦୀର ଫଟୋ ଭାଇରାଲ !
ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ, ଅଭିନେତା ରାଜ ବବର ଏବଂ ସ୍ମିତା ପଟେଲଙ୍କ ପୁଅ ପ୍ରତୀକ ବବରଙ୍କ ପ୍ରିୱେଡିଂ ସେଲିବ୍ରେସନ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଳଦୀ ଏବଂ ମେହେନ୍ଦୀ ଦୁଇଟି ଯାକ ଫଟୋରେ ଦୁହେଁ ଖୁବ ଷ୍ଟନିଂ ନଜର ଆସିଛନ୍ତି । ଲଖନଉରେ ସାନ୍ୟା ସାଗରଙ୍କ ଫାର୍ମହାଉସରେ ହଳଦୀ ଏବଂ ମେହେନ୍ଦୀ ରୀତି ସମ୍ପନ୍ନ ହୋଇଯାଇଛି । ଏଥିରେ ତାଙ୍କ ପାଖ ବନ୍ଧୁ ଏବଂ ସମ୍ପର୍କୀୟ ସାମିଲ ଥିଲେ । ପ୍ରତୀକଙ୍କ ଲୁକ କଥା କହିବାକୁ ଗଲେ ସେ ହାଲକା ହଳଦିଆ ରଂଗର କୁର୍ତ୍ତାରେ ନଜର ଆସିଛନ୍ତି ।
ଏଥିରେ ସେ ଗ୍ରୀନ ରଂଗର ଦୁପଟା ଲଗାଇଥିଲେ । ସେହିଭଳି ସାନ୍ୟା ହଳଦିଆ ରଂଗର ଆଉଟଫିଟ ପିନ୍ଧିଥିଲେ । ଏହାସହ ସେ ଖୁବ ସୁନ୍ଦର ଟିଆରା ଲଗାଇଥିଲେ । ତାଙ୍କ ହାତରେ ମେହେନ୍ଦୀ ମଧ୍ୟ ଲାଗିଥିଲା । ଦୁହେଁ ଏହି ଗେଟଅପରେ ଖୁୂବ ସୁନ୍ଦର ଦିଶୁଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ବିବାହ ପରେ ଦୁହେଁ ମୁମ୍ବାଇରେ ରିସେପସନ ଦେବେ । ଏଥିରେ ସିନେମା ଏବଂ ରାଜନୀତିରେ ଜଡିତ ଅନେକ କଳାକାର ନଜର ଆସିବେ ବୋଲି ଖବର ଶୁଣିବାକୁ ମିଳିଛି ।