Only for Entertainment

ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ଆଣିଲେ ଯୌନ ଶୋଷଣର ଅଭିଯୋଗ, ସ୍କ୍ରିପ୍ଟ ଲେଖକ ମୁସ୍ତକ୍‌ ଶେଖ୍‌ଙ୍କ ଉପରେ ଲଗାଇଲେ ଆରୋପ

youtube
21

ମି ଠୁ ଅଭିଯାନ ଏବେ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ପ୍ରତିଦିନ ସାମିଲ ହେଉଥିବା ନାଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ପୂର୍ବରୁ ମହିଳାମାନେ ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ କରିଥିବା ବେଳେ ଏବେ ଜଣେ ପୁରୁଷ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ଅଭିନେତା ସାକ୍ୟୁବ୍‌ ସଲିମ୍‌ ମଧ୍ୟ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଜଣାଇଥିଲୋ ଏବେ ଏହି ସୂଚୀରେ ସାମିଲ ହୋଇଛନ୍ତି ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ରାହୁଲ ସିଂହ । ଭଲ ଚରିତ୍ର ଦେବା ଆଳରେ ପ୍ରସିଦ୍ଧ ସ୍କ୍ରିପ୍ଟ ଲେଖକ ଏବଂ ପ୍ରଯୋଜକ ମୁସ୍ତକ୍‌ ଶେଖ୍‌ ତାଙ୍କର ଶୋଷଣ କରିଥିଲେ ବୋଲି ଏହି ଅଭିନେତା-ମଡ଼େଲ ଅଭିଯୋଗ ଆଣିଛନ୍ତି ।

ଏକ ସାକ୍ଷାତକାରେ ନିଜ ସହ ହୋଇଥିବା ଶୋଷଣ ବିଷୟରେ ଜଣାଇବାକୁ ଯାଇ ସେ କହିଛନ୍ତି, “ମୁଁ ୧୯ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିବା ବେଳେ ପ୍ରଥମେ ମୁସ୍ତାକ୍‌ ଶେଖ୍‌ଙ୍କ ସହ ମୋର ପରିଚୟ ହୋଇଥିଲା । ସେ ମୋ ଲୁକ୍‌ ଦେଖି ମୋତେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଥରେ ସେ ମୋତେ ତାଙ୍କ ଘରକୁ ଡ଼ାକିବା ସହ ତାଙ୍କ ଦୁଇ ଭଉଣୀଙ୍କୁ ଚିହ୍ନା କରାଇଥିଲେ । ପରେ ତାଙ୍କ ରୁମ୍‌କୁ ଯିବା ପରେ ସେ ମୋତେ କହିଥିବା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ସେ ମୋତେ କହିଥିଲେ ମୁଁ କିଛି ଏମିତି କରିବାକୁ ଯାଉଛି, ଯାହାକୁ ତୁମେ ଭଲ ଭାବରେ ଉପଭୋଗ କରିବ ।

ଏହା ଟିକେ ଅଲଗା । କିନ୍ତୁ ତୁମକୁ ପସନ୍ଦ ଆସିବ । ଏହା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ପରେ ସେ ମୋତେ ଏକ ଧାରାବହିକରେ କାମ ଦେବା ନେଇ ତାଙ୍କ ସହ ଯୌନସଂପର୍କ ପାଇଁ କହିଥିଲେ ।

କିନ୍ତୁ ମୁଁ ମନା କରିବାକୁ ସେ ଧାରାବାହିକରୁ ମୋ ନାଁ କଟା ଯାଇଥିଲା।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More