Only for Entertainment

ରିଲିଜ ହେଲା ସାହୋ’ର ରୋମାଂଟିକ ସଙ୍ଗ ଇନ୍ନି ସୋନି, ଗୀତରେ ରୋମାନ୍ସ ସହ ଦେଖିବାକୁ ମିଳିଲା ପ୍ରକୃତିର ସୌନ୍ଦଯ୍ୟ !

121

ବାହୁବଲୀ ଷ୍ଟାର ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ଫିଲ୍ମ ‘ସାହୋ’ର ଗୀତ ଇନ୍ନି ସୋନି ରିଲିଜ ହୋଇଛି । ତେବେ ଏହି ଗୀତରେ ଦେଖିବାକୁ ମିଳିଛି ଶ୍ରଦ୍ଧା ଏବଂ ପ୍ରଭାସଙ୍କ ମଜାଦାର ରୋମାନ୍ସ । ତେବେ ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମର ଭିଜୁଆଲକୁ ସୁନ୍ଦର ରୂପେ ଦେଖାଇବା ପାଇଁ ଅନେକ ଏକ୍ସପେରିମେଂଟ ହୋଇଛି । ଏଥିରେ ଅନେକସାରା ଆକ୍ସନ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ । ଚାଲନ୍ତୁ ଏହି ଗୀତ ସମ୍ବନ୍ଧିତ କିଛି କଥା ଜାଣିବା ।

ଇନ୍ନି ସୋନି ଗୀତକୁ ସୁଟ କରିବା ପାଇଁ ଟିମ ୧୦୦ଲୋକଙ୍କ ସହ ପହଂଚିଥିଲେ ଅଷ୍ଟ୍ରିୟାର ପ୍ରସିଦ୍ଧ ସ୍କାଇଂ ରିସୋର୍ଟ ଯାଇଥିଲେ । ସେହି ଲୋକେସନକୁ ମ୍ୟାନେଜ କରୁଥିବା ଲୋକମାନେ ଗୀତ ସୁଟ ପାଇଁ ସମ୍ପୂର୍ଣ୍ଣ ଜାଗା ଦେଇ ଦେଇଥିଲେ ।

ଇନ୍ନି ସୋନି ଗୀତ ଦୁନିଆର ସବୁଠାରୁ ଲମ୍ବା ଝୁଲୁଥିବା ଫୁଟ ବ୍ରିଜରେ ମଧ୍ୟ ସୁଟ କରାଯାଇଛି । ଅସଲରେ ଟିମର ଚେଷ୍ଟା ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଏଭଳି ଲୋକେସନ ମଧ୍ୟ ଦେଖାଯାଇଛି, ଯାହା ବାକି ହିନ୍ଦୀ ଫିଲ୍ମରେ ଖୁବ କମ ଦେଖିବାକୁ ମିଳିଛି ।

ଜେରମ୍ୟାଟ ଟୁରିଜମ ଅନୁସାରେ ଚାର୍ଲ୍ସ କୁଓନେନ ୧୬୨୧ଫୁଟ ଲମ୍ବା । ସେହିଭଳି ଏହାର ଉଚ୍ଚତା ୨୭୯ଫୁଟ ଅଟେ । ଏହାକୁ ଦୁନିଆର ସବୁଠାରୁ ଲମ୍ବା ପଦଚାଳିତ ଯାତ୍ରୀ ସସ୍ପେଂଶନ ବ୍ରିଜର ଆଖ୍ୟା ମିଳିଛି । ଗୀତକୁ ଜଲ୍ସବର୍ଗର ସୁନ୍ଦର ଲୋକେସନରେ ମଧ୍ୟ ସୁଟ କରାଯାଇଛି । ଗୀତରେ ଗୁରୁ ରନ୍ଧାୱା ଏବଂ ତୁଲସୀ କୁମାର କଣ୍ଠଦାନ କରିଛନ୍ତି । କୋରିଓଗ୍ରାଫି କରିଛନ୍ତି ବୈଭବୀ ମର୍ଚାଂଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More