Only for Entertainment

ସାଧାରଣ ସାବୁନରେ କରନ୍ତୁ ଗର୍ଭବତୀ ଚିକିତ୍ସା ।

youtube
0 44

ମା’ ହେବା ଜଣେ ମହିଳା ଜୀବନର ସବୁଠୁ ବଡ ସୌଭାଗ୍ୟ ହୋଇଥାଏ । ବିବାହ ପରେ ଯେତେବେଳେ କୌଣସି ମହିଳା ମନରେ ମାଆ ହେବାର ଆଶା ସଂଚାର ହୋଇଥାଏ ସେତେବେଳେ ସେ ଏହି ଖୁସିକୁ ନିଜ ପରିବାରର ବାକି ସଦସ୍ୟଙ୍କ ସହିତ ବାଂଟିବ ପରିବର୍ତ୍ତେ ପ୍ରଥମେ ନିଜେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରେ କି ବାସ୍ତବରେ ସେ ଗର୍ଭବତୀ ଅଛନ୍ତି କି ନାହିଁ ।

ସେହିପରି ବଜାରରେ ଏଭଳି ଅନେକ ପ୍ରେଗ୍ନାନ୍ସି ଟେଷ୍ଟ କିଟ୍ ସହଜରେ ମିଳିଯାଇଥାଏ । ହେଲେ ଅନେକ ସମୟରେ ଲଜ୍ଜା ଭୟରେ ମହିଳାମାନେ ନିଜର ମନର କଥାକୁ ମନ ଭିତରେ ହିଁ ମାରିଦେଇଥାନ୍ତି ଏବଂ କାହାକୁ ମୁହଁ ଖୋଲି ମାଗି ବି ପାରିନଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏଭଳି କିଛି ସହଜିଆ ଘରୋଇ ଉପଚାର ସଂପର୍କରେ ଜଣାଇବୁ , ଯାହାଦ୍ୱାରା ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ତାହା ଅତି ସହଜରେ ଓ ଘରେ ବସି ଜାଣିପାରିବେ ।

ସର୍ବପ୍ରଥମେ କହି ରଖୁଛୁ କି, ଗର୍ଭାବସ୍ଥାର ଯାଂଚ କରିବା ପାଇଁ ହେଲେ ସକାଳର ପ୍ରଥମ ୟୁରିନ୍ ହିଁ ଏଥିପାଇଁ ବ୍ୟବାହର କରିବା ଉଚିତ ।

ଚିନି

ଡିସ୍ପୋଜାଲ ଗ୍ଲାସରେ କିଛି ମାତ୍ରାରେ ଚିନି ଏବଂ ୟୁରିନ୍ ମିଶାନ୍ତୁ । ଏହାପରେ ଯଦି ଚିନି ୟୁରିନରେ ଭେଦିବା ପରିବର୍ତ୍ତେ ଜମାଟବାନ୍ଧି ରହିଯାଏ ତେବେ ନିଶ୍ଚିତ ହୋଇଯିବେ କି ଆପଣ ଗର୍ଭବତୀ ଅଛନ୍ତି ବୋଲି ।

ଭିନେଗାର

ପ୍ଲାଷ୍ଟିକ ଗ୍ଲାସରେ ୟୁରିନ ଏବଂ ଭିନେଗାର ମିଶାନ୍ତୁ । କିଛି ସମୟ ପର୍ୟ୍ୟନ୍ତ ଏହାକୁ ଏଭଳି ଛାଡି ଦିଅନ୍ତୁ । ଯଦି କିଛି ସମୟ ପରେ ଭିନେଗାରର ରଙ୍ଗ ବଦଳି ଯାଏ ତେବେ ଜାଣି ନିଅନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି ।

ସାବୁନ

ସାବୁନକୁ ବ୍ୟବହାର କରି ବି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜାଣିପାରିବେ । ଏଥିପାଇଁ ଗୋଟିଏ ଗ୍ଲାସରେ ସାବୁନ ଏବଂ ୟୁରିନ ରଖନ୍ତୁ । ଉଭୟକୁ ମିଶାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଯଦି କିଛି ସମୟ ପରେ ଏଥିରେ ବବଲ ବା ପାଣି ଫଟକା ଭଳି କିଛି ଉଠିବା ଆରମ୍ଭ କରେ ତେବେ ଜାଣିଯାଆନ୍ତୁ କି ଆପଣ ପ୍ରେଗନେଂଟ ଅଛନ୍ତି ।

କାଚ ଗ୍ଲାସ

ଏହା ପ୍ରେଗ୍ନେସିଂ ଚେକ୍ କରିବାର ଏହା ଏକ ଅତି ସରଳ ଉପାୟ । ଗୋଟିଏ କାଚ ଗ୍ଲାସରେ ସକାଳର ପ୍ରଥମ ୟୁରିନ ରଖି ତାକୁ କିଛି ସମୟ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ । ଏହାକୁ କିଛି ସମୟ ପାଇଁ ସେଭଳି ବିନା ହଲଚଲ କରି ରଖନ୍ତୁ । ଯଦି ଏଥିରେ ଧଳା ଧଳା କିଛି ନଜର ଆସିବା ଆରମ୍ଭ ହୁଏ ତେବେ ଆପଣ ଗର୍ଭବତୀ ଅଛନ୍ତି ବୋଲି ସୁନିଶ୍ଚିତ ହୋଇଯାଆନ୍ତୁ । ସେହିପରି ଯଦି ଏଥିରେ କୌଣସି ବି ପରିବର୍ତ୍ତନ ନହୁଏ ତେବେ ତାହା ନେଗେଟିଭି ବୋଲି ଜାଣିରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More