Only for Entertainment

ଗର୍ଭସ୍ଥ ଶିଶୁ ମଧ୍ୟ ହୋଇଥାଏ ବାୟୁ ପ୍ରଦୂଷଣର ଶିକାର!

google
23

ବାୟୁ ପ୍ରଦୂଷଣକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଖାଲି ଲୋକେ ନୁହଁନ୍ତି ଏହି ପ୍ରଦୂଷଣର କୁପ୍ରଭାବ ମଧ୍ୟ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ । ଯଦି ମହିଳାମାନେ ଏଥିପ୍ରତି ବିଶେଷ ଦୃଷ୍ଟି ନଦିଅନ୍ତି ତେବେ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପଡିଥାଏ, ଜନ୍ମ ସମୟରେ ପିଲାଟି କିଛି ବିକୃତି ନେଇ ପଦାକୁ ଆସିଥାଏ । ତେଲ ଅଭିଭ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଦିଆଯାଇଛି ଏହି ସୂଚନା ।

ଗଙ୍ଗାରାମ ଡାକ୍ତରଖାନାର ଡାକ୍ତର ଧୀରେଗୁପ୍ତା ଏହି ରିପୋର୍ଟ ସମ୍ପର୍କରେ କହିଛନ୍ତି ଯେ, ଗର୍ଭବତୀ ମହିଳାମାନେ ଯେତେବେଳେ ପ୍ରଦୂଷିତ ବାୟୁକୁ ନିଶ୍ୱାସ ନେଇଥାନ୍ତି ସେତେବେଳେ ଏହା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଫଳରେ ଗର୍ଭସ୍ଥ ଶିଶୁର ଶରୀରରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ । ବିକାଶ ଅଟକି ଯାଏ, ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଅନେକ ସମୟରେ ଏହି କାରଣରୁ ମହିଳାମାନେ ସମୟ ପୂର୍ବରୁ ସନ୍ତାନ ଜନ୍ମ ଦେବାକୁ ବାଧ୍ୟ ହୋଇଥାନ୍ତି ।

ଭାରତ ପରିପ୍ରେକ୍ଷୀରେ ରିପୋର୍ଟରେ ଉଲ୍ଲେକ କରାଯାଇଛି ଯେ, ଏହି ପ୍ରଦୂଷିତ ବାୟୁ କାରଣରୁ ପ୍ରତି ୧୦ହଜାର ଶିଶୁଙ୍କ ମଧ୍ୟରୁ ୯ଜଣ ଶିଶୁ ୫ ବର୍ଷ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ । ତେଣୁ ଗର୍ଭବତୀ ମହିଳାମାନେ ଯଥା ସମ୍ଭବ ଏହି ପ୍ରଦୂଷଣରୁ ନିଜକୁ ଦୂରେଇ ରଖିବା ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More