Only for Entertainment

କେଉଁଭଳି ମହିଳାଙ୍କର ହୋଇଥାଏ ଜାଆଁଳା ଶିଶୁ? ଜାଣନ୍ତୁ କ’ଣ କହେ ଜ୍ୟୋତିଷ ଶାସ୍ତ୍ର

punjabkesari
126

ସାଧାରଣ ଭାବରେ ମହିଳା ମାନେ ଗୋଟିଏ ପିଲାକୁ ଜନ୍ମ ଦେଉଥିବା ସମୟରେ କିଛି କ୍ଷେତ୍ରରେ ଏହାର ଭିନ୍ନ ଘଟଣା ଦେଖିବାକୁ ମିଳେ । ଯେଉଁଥିରେ ଜାଆଁଳା ଶିଶୁ ଜନ୍ମ ହୋଇଥିବାର ଦେଖିବାକୁ ମିଳେ । କିନ୍ତୁ କ’ଣ ଆପଣ ଜାଣନ୍ତିକି ଏହାକୁ ନେଇ ଶାସ୍ତ୍ର କ’ଣ କହେ, ଆସନ୍ତୁ ଆଲୋଚନା କରିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ନେଇ କିଛି ବିଶେଷ ଯୋଗ ରହିଛି । ଏହା ଯେଉଁ ମହିଳାଙ୍କ କୁଣ୍ଡଳୀରେ ଥାଏ ତାଙ୍କ ସହିତ ଏଭଳି ହୁଏ ।

୧. ଚନ୍ଦ୍ରମା ଏବଂ ଶୁକ୍ର ଗୋଟିଏ ରାଶିରେ ଅବସ୍ଥିତ ଥିବେ
୨. ବୁଧ, ମଙ୍ଗଳ ଏବଂ ଗୁରୁ ବିଷମ ରାଶିରେ ଥିବେ
୩. ଲଗ୍ନ ଏବଂ ଚନ୍ଦ୍ରମା ସମାନ ରାଶିରେ ଥିବେ ଏବଂ ପୁରୁଷ ଗ୍ରହ ଦ୍ୱାରା ଦେଖା ଯାଉଥିବେ
୪. ବୁଧ, ମଙ୍ଗଳ, ଗୁରୁ ଏବଂ ଲଗ୍ନ ବଳବାନ ହୋଇ ସମାନ ରାଶିରେ ଥିବେ
୫. ମିଥୁନ କିମ୍ବା ଧନୁ ରାଶିରେ ଗୁରୁ ସୂର୍ଯ୍ୟ ଥିବେ ଏବଂ ବୁଧ ଠାରୁ ଦୃଷ୍ଟ ଥିଲେ ଦୁଇଟି ପୁଅ ହୁଅନ୍ତି
୬. ଶୁକ୍ର, ଚନ୍ଦ୍ର, ମଙ୍ଗଳ,କନ୍ୟା ବା ମୀନ ରାଶିରେ ବୁଧଠାରୁ ଦୃଷ୍ଟ ଥିଲେ ଦୁଇଟି କନ୍ୟା ସ୍ଥାନ ହୁଅନ୍ତି
୭. ସ୍ତ୍ରୀ’ର କୁଣ୍ଡଳୀରେ ସପ୍ତମ ସ୍ଥାନରେ ରାହୁ ବା ଗୁରୁ ଶୁକ୍ର ଏକା ସାଙ୍ଗରେ ଥିଲେ ଜାଆଁଳା ଶିଶୁ ଜନ୍ମ ନିଅନ୍ତି ।
୮. ବୈଜ୍ଞାନିକ କାରଣ ଅନୁସାରେ ଯଦି ଏହା ପୂର୍ବରୁ ଆପଣଙ୍କ ପରିବାରରେ କେବେ ଏହିଭଳି ଜାଅାଁଳା ଶିଶୁ ଜନ୍ମ ହୋଇଥାନ୍ତି ତେବେ ଏଭଳି ସମାନ ଘଟଣା ପରେ ଦେଖା ଦେଇପାରେ ।
୯. ଯଦି ଆପଣ ଜଣେ ଜାଆଁଳା ଶିଶୁ ତେବେ ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇପାରେ ।
୧୦. ଆମେରିକାରେ ହୋଇଥିବା ଏକ ଷ୍ଟଡି ଅନୁସାରେ ଯେଉଁ ମହିଳାଙ୍କା ବିଏମଆଇ ୩୦ରୁ ଅଧିକ ହୋଇଥାଏ ସେମାନଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳେ । ଏହା ବ୍ୟତୀତ ଡେଙ୍ଗା ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More