Only for Entertainment

ଏହି ସମସ୍ତଙ୍କ ସହିତ ଥିଲା ପ୍ରୀତିଙ୍କ ଅଫେୟର୍ସ, ବୟସରେ ପତି ୧୦ ବର୍ଷ ସାନ ।

bollywood tadka
35

ଆଜି ଅଭିନେତ୍ରୀ ପ୍ରୀତି ଜିନ୍ତାଙ୍କ ଜନ୍ମଦିନ । ଫିଲ୍ମ ଦିଲ ସେ ଏବଂ ସୋଲଜରରେ ଖୁବ ସୁନ୍ଦର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ପ୍ରୀତି । ସେ ଜଣେ ଭଲ ଅଭିନେତ୍ରୀ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତାଙ୍କ ଅଭିନୟକୁ କେବଳ ସାଧାରଣ ଲୋକ ନୁହଁନ୍ତି ବରଂ କ୍ରିଟିକ୍ସ ମଧ୍ୟ ଖୁବ ପ୍ରଶଂସା କଲେ । ତାଙ୍କୁ ଫିଲ୍ମଫେୟରର ସର୍ବଶ୍ରେଷ୍ଠ ନୂଆ ଅଭିନେତ୍ରୀ ପୁରସ୍କାରରେ ପୁରସ୍କୃତ କରାଗଲା । ସେ ଇଣ୍ଡଷ୍ଟ୍ରିର ସମସ୍ତ ବଡ଼ ବଡ଼ ଷ୍ଟାର୍ସଙ୍କ ସହିତ ସ୍କ୍ରିନ ଶେୟାର କରିଛନ୍ତି । ୨୦୧୬ରେ ପ୍ରୀତି ଜିନ ଜୁଡଏନଫଙ୍କୁ ବିବାହ କଲେ । କିନ୍ତୁ ଏହା ପୂର୍ବରୁ ତାଙ୍କର କେତେକ ଅଫେୟର୍ସ ଥିଲା ।

ପ୍ରୀତି ଇଣ୍ଡଷ୍ଟ୍ରିଆଲିଷ୍ଟ ନୁସଲୀ ୱାଡିୟାଙ୍କ ପୁଅ ନେସ ୱାଡ଼ିୟାଙ୍କ ସହିତ ଲମ୍ବା ସମୟ ଧରି ସଂପର୍କରେ ଥିଲେ । ଦୁଇଜଣ ମିିଶି ଆଇପିଏଲର ଟିମ ମଧ୍ୟ କିଣିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣଙ୍କ ମଧ୍ୟରେ ବିବାଦ ଦେଖାଦେଲା ଏବଂ ନେସ ୱାଡିଆ ତାଙ୍କ ଠାରୁ ଦୂରେଇ ଗଲେ ।

କୁହାଯାଉଛିଯେ ପ୍ରୀତିଙ୍କ ସଂପର୍କ ୟୁବରାଜ ସିଂଙ୍କ ସହିତ ମଧ୍ୟ ଥିଲା । ଦୁଇଜଣଙ୍କ ଅଫେୟର ଖୁବ ଚର୍ଚ୍ଚାରେ ରହିଥିଲା । କେବଳ କ୍ରିକେଟ ପଡ଼ିଆରେ ନୁହେଁ ବରଂ ବାହାରେ ମଧ୍ୟ ଦୁଇଜଣଙ୍କୁ ଦେଖିବାକୁ ମିଳିଲା । କିନ୍ତୁୁ ପରେ ଦୁଇଜଣ ଅଲଗା ହୋଇଗଲେ ।

 

 

 

 

ଆଇପିଏଲ ଟିମର ମାଲିକାଣି ହୋଇଥବାରୁ ପ୍ରତିଙ୍କର କ୍ରିକେଟର ମାନଙ୍କ ସହିତ ସଂପର୍କ ବଢିବାରେ ଲାଗିଲା । ଏହା ଦ୍ୱାରା ତାଙ୍କର ଅଷ୍ଟ୍ରେଲିୟାର ତେଜ ଗେନ୍ଦବାଜ ବ୍ରେଟଲିଙ୍କ ସହିତ ମଧ୍ୟ ଅଫେୟର ଚାଲିଲା ବୋଲି କୁହାଯାଏ । ଦୁଇଜଣ ଅଧିକାଂଶ ସମୟରେ ଏକା ସାଙ୍ଗରେ ନଜର ଆସୁଥିଲେ । କୁହାଯାଏଯେ ବ୍ରେଟଲୀଙ୍କୁ ସାକ୍ଷାତ କରିବା ପାଇଁ ସେ ଅଷ୍ଟ୍ରେଲିଆ ମଧ୍ୟ ଚାଲି ଯାଉଥିଲେ ।

କୁହାଯାଏ ସୈଫଙ୍କ ସହିତ ମଧ୍ୟ ପ୍ରୀତିଙ୍କର ଅଫେୟର ଥିଲା । ଦୁଇଜଣ ସଲାମ ନମସ୍ତେ ଫିଲ୍ମରେ କାମ କରିଥିଲେ । ଯେଉଁଥିରେ ସୈଫଙ୍କ ସହିତ ତାଙ୍କର ଖୁବ ବୋଲ୍ଡ ସିନ ଥିଲା । ଏହି ଫିଲ୍ମ ୨୦୦୫ରେ ରିଲିଜ ହୋଇଥିଲା । ସେହି ସମୟରେ ଦୁଇଜଣଙ୍କୁ ଖୁବ ଚର୍ଚ୍ଚା ହେଉଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More