Only for Entertainment

ତେବେ ଏହି କାରଣରୁ ଫରାହଙ୍କ ଫିଲ୍ମକୁ ମନା କରିଦେଲେ ପ୍ରୀତି ଜିଂଟା

ib times india
66

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଂଟା ସବୁବେଳେ ଲାଇମଲାଇଟରେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଖବର ଆସୁଥିଲାଯେ ସେ ସତ୍ତେ ପେ ସତ୍ତା’ ରିମେକରେ ନଜର ଆସିପାରନ୍ତି । କିନ୍ତୁ ଏବେ ଖବର ଆସିଛିଯେ ପ୍ରୀତି ଏହି ଫିଲ୍ମରେ ନଜର ଆସିବେ ନାହିଁ ।

ଖବର ଅନୁସାରେ ଏହି ଫିଲ୍ମ ପାଇଁ ନିର୍ମାତା ହ୍ରିତିକ ରୋଶନଙ୍କ ନାମକୁ ଫାଇନାଲ କରି ସାରିଛନ୍ତି । ନିର୍ମାତାଙ୍କ ଦ୍ୱାରା ପ୍ରୀତି ଜିଂଟାଙ୍କୁ ଫିଲ୍ମ ଅଫର କରାଯାଇଥିଲା, କିନ୍ତୁ ସେ ମନା କରିଦେଲେ ।

ଖବର ଅନୁସାରେ ପ୍ରୀତିଙ୍କୁ ହେମା ମାଳିନୀଙ୍କ ଚରିତ୍ର ନୁହେଁ ବରଂ ଅନ୍ୟ ଦ୍ୱିତୀୟ ନାୟିକାଙ୍କ ରୋଲ ପାଇଁ ଅଫର କରାଯାଇଥିଲା । ତେବେ ସେ ଏଥିପାଇଁ ମନା କରି ଦେଇଛନ୍ତି । ଖବର ଆସୁଛିଯେ ହେମାଙ୍କ ସ୍ଥାନରେ ଦୀପିକାଙ୍କୁ ରୋଲ ପାଇଁ ଅଫର ମିଳିଥିଲା । କିନ୍ତୁ ବ୍ୟସ୍ତ ସମୟ ପାଇଁ ଦୀପିକା ମନା କରି ଦେଇଛନ୍ତି । ଏହା ପରଠାରୁ ଫିଲ୍ମର କାଷ୍ଟିଙ୍ଗ ଉପରେ ରହିଛି ନଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More