Only for Entertainment

ଏହି ଅଭିନେତ୍ରୀଙ୍କୁ ନିଜ ବାୟୋପିକରେ ଦେଖିବାକୁ ଚାହାନ୍ତି ପ୍ରୀତି ଜିଂଟା !

indiatoday
29

ଇଣ୍ଡିଆ ଟୁଡେ କନକ୍ଲେଭ ଇଷ୍ଟ ୨୦୧୮ରେ ଯେତେବେଳେ ର‌୍ୟାପିଡ ଫାୟରରେ ପ୍ରୀତି ଜିଂଟାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ତାଙ୍କ ଉପରେ ବାୟୋପିକ ପ୍ରସ୍ତୁତ କରାଯାଏ ତେବେ ସେ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ବାୟୋପିକରେ ଦେଖିବାକୁ ଚାହାନ୍ତି । ଏହାର ଉତ୍ତରରେ ପ୍ରୀତି ଜିଂଟା କହିଥିଲେ ଯେ ଆଲିୟା ଭଟ୍ଟ । ସେ କହିଥିଲେ ଆଲିୟା ହିଁ ତାଙ୍କ ଭୂମିକାକୁ ଭଲ ଭାବେ ତୁଲାଇ ପାରିବେ । ମଜା ମଜାରେ ସେ କହିଥିଲେ ଯେ ତାଙ୍କ ଭଳି ଆଲିୟାଙ୍କ ଗାଲରେ ମଧ୍ୟ ଡିମ୍ପଲ ରହିଛି ।

ପ୍ରୀତି ଜିଂଟା କୋଲକାତାରେ ଆୟୋଜିତ ଦୁଇ ଦିବସୀୟ ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗଦାନ ଦେଇଥିଲେ । ସେଠାରେ ସେ ୬ଅକ୍ଟୋବର ଦିନ ପହଂଚିଥିଲେ ଏବଂ ସେ ସେଠାରେ ବଲିଉଡ ଏବଂ ଖେଳ ସହ ଜଡିତ ଅନେକ କଥା ଉପରେ ଚର୍ଚ୍ଚା କରିଥିଲେ, ଏହାସହ ଏହାମଧ୍ୟ କହିଥିଲେ ସଂଜୁ ପରେ ସେ ରଣବୀର କପୂରଙ୍କୁ ଖୁବ ପସନ୍ଦ ମଧ୍ୟ କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଖୁବ ଶୀଘ୍ର ସନି ଦେଓଲ ଷ୍ଟାରର ଫିଲ୍ମ ‘ଭୟାଜୀ ସୁପରହିଟ’ରେ ନଜର ଆସିବେ । ସେ ଲମ୍ବା ସମୟ ପରେ ଏହି ଫିଲ୍ମ ଜରିଆରେ କମବ୍ୟାକ କରିଛନ୍ତି । ସେ ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ଜିଦ୍ଦି କାରଣରୁ ଅଭିନୟ କରିଥିବା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More