Only for Entertainment

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ପ୍ରେମର ଲକ୍ଷ୍ୟଣ !

48

ୟୁଟୁବରେ ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ପ୍ରେମର ଲକ୍ଷ୍ୟଣ । ଗୀତଟି ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର୍ ଓ ଶିବାଙ୍ଗୀଙ୍କ ଗାୟିକି । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ‘ପ୍ରେମର ଲକ୍ଷ୍ୟଣ’ । ସ୍ମିତା ମ୍ୟୁଜିକ୍ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ରୋମାଂଟିକ୍ ଭିଡିଓ ସଙ୍ଗ ପ୍ରେମର ଲକ୍ଷ୍ୟଣ । ଗୀତରେ ନାୟକ ଓ ନାୟିକ ଭାବେ ନଜର ଆସିଛନ୍ତି ଅଭିନେତା ମିଲନ୍ ଓ ଅଭିନେତ୍ରୀ ତୃପ୍ତି । ଉଭୟ ମିଲନ ଓ ତୃପ୍ତି ଏମିତି ଅନେକ ମ୍ୟୁଜିକ୍ ଭିଡିଓ ଆଲବମରେ ନଜର ଆସିଛନ୍ତି ଆଉ ଏଥର ଏମାନଙ୍କୁ ଯୋଡିକୁ ପ୍ରଥମ ଥର ପାଇଁ ଏହି ରୋମାଂଟିକ୍ ଗୀତ ପ୍ରେମର ଲକ୍ଷଣରେ ଦେଖିବାକୁ ମିଳିଛି । ଗୀତଟି ସ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । କାର୍ତିକ କୁମାରଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର୍ ଓ ଶିବାଙ୍ଗୀ । ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ଗୁରୁ ଶତପଥୀ । ଆଗାମୀ ଦିନରେ ଗୀତଟି ଆହୁରି ଲୋକପ୍ରିୟ ହେବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More