Only for Entertainment

ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ପ୍ରେମୀ ଦିୱାନା ।

facebook
0 53

ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ପ୍ରେମୀ ଦିୱାନ । ଏକ ରୋମାଂଟିକ୍ – କମେଡି କାହାଣୀକୁ ନେଇ ଗତିଶୀଳ ହୋଇଛି ଫିଲ୍ମଟି । ଯାହାର ରୋମାଂଟିକ୍ ଗୀତ ଏବେ ରିଲିଜ୍ ହୋଇଛି । ଫିଲ୍ମରେ ନାୟକ ଭାବେ ନଜର ଆସିବେ ଅଭିନେତା ରୁଦ୍ର । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ନବଗତା ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କୁ ଦେଖିବାକୁ ମିଳିବ । ଦୁହିଁ ଭିତରେ ବେଶ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିବ ଏହି ଅପକମିଂ ସିନେମାରେ । ସ୍ନେହା ପ୍ରଡକ୍ସନ ବ୍ୟାନର୍ରେ ପ୍ରସ୍ତୁତ ହେଉଥିବା ୨ୟ ଅବଦାନ ଫିଲ୍ମ ପ୍ରେମି ଦିୱାନାର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର୍ । ଏହି ଅପକମିଂ ସିନେମାର ପ୍ରଯୋଜନା କରିଛନ୍ତି ଅୟେଶକାନ୍ତ ମହାନ୍ତି । ଫିଲ୍ମରେ ଏକ ମନଛୁଆଁ ପ୍ରେମ କାହାଣୀକୁ ସ୍ଥାନ ଦେଇଛନ୍ତି ମେକର୍ । ଚଳଚ୍ଚିତ୍ର ପ୍ରେମି ଦିୱାନାର କାହାଣୀ ଓ ସଂଳାପ ଦେଇଛନ୍ତି ଜମେଶ ସୁକ୍ଳା । ଫିଲ୍ମରେ ପ୍ରମୁଖ୍ୟ ଭୂମିକାରେ ପୁପୁନ୍, ପ୍ରିତିରାଜ୍, ଗୁଡୁ, ନଳିନୀ ରାଉତ୍, କୁନମୁନ୍, ଅଂଜାନା ଦାସ୍, ପୃଥ୍ୱୀରାଜ ଓ ମହେଶରାଓ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ଦମଦାର୍ କାହାଣୀ ସହ ମନଲୋଭା ଗୀତ ବି ଶୁଣିବାକୁ ମିଳିବ ଏହି ଅପକମିଂ ସିନେମାରେ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସରତ ଚନ୍ଦ୍ର ପ୍ରଧାନ ଓ ପିନାକି ପି ଶ୍ରୀଚନ୍ଦନ୍ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ପ୍ରେମି ଦିୱାନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More