Only for Entertainment

କଦଳୀରେ ପ୍ରସ୍ତୁତ ଏଭଳି ସିଙ୍ଗଡ଼ାର ସ୍ୱାଦ ଆପଣ କେବେ ମଧ୍ୟ ପାଇ ନଥିବେ ।

NDTV Food
0 39

ଆବଶ୍ୟକ ସାମଗ୍ରୀ;
ପିଆଜ,ଅଦା,କରିପାଉଡର,ଧନିଆ ପତ୍ର, କଂଚା ଲଙ୍କା, କଂଚା କଦଳୀ ବଟା,ତେଲ,ସୋରିଷ,ମଇଦା ଏବଂ ଆବଶ୍ୟକ ଅନୁଯାଇ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ; ପ୍ରଥମେ ଏକ ପାତ୍ରରେ ଆବଶ୍ୟକ ଅନୁଯାଇ ମଇଦା ନିଅନ୍ତୁ ଅଳ୍ପ ପାଣି ଓ ସାମନ୍ୟ ଲୁଣ ଦେଇ ଭଲ ଭାବେ ଚକଟନ୍ତୁ ଏବଂ କିଛି ସମୟ ପାଇଁ ଘୋଡାଇ ରଖିଦିଅନ୍ତୁ । ଏକ କଢେଇ ରେ ସାମାନ୍ୟ ତେଲ ପକାଇ ଗରମ କରନ୍ତୁ ,ତାପରେ ସୋରିଷ ପକାଇ ଫୁଟାନ୍ତୁ । ଏହାପରେ ପିଆଜ, ଅଦା ଓ ରସୁଣ କୁ ଭଲ ଭାବେ ବ୍ରାଉନ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ କଂଚା କଦଳୀ ବଟା, କରିପାଉଡର ,ଧନିଆ ପତ୍ର ପକାଇ ଭଲ ଭାବେ ଘାଣ୍ଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପୂର୍ବେ ଚକଟା ହୋଇଥିବା ମଇଦାରେ ଛୋଟ ଛୋଟ ଗୋଲ ପ୍ରସ୍ତୁତ କରି ବେଲନ୍ତୁ ତାପରେ ସମୋସା ପରିଏକ ତ୍ରିକୋଣ କରି ପ୍ରସ୍ତୁତ ହୋଇଥିବା ମିଶ୍ରଣ କୁ ପୂର ଦେଇ ତେଲ ଗରମ କରି ଛାଣନ୍ତୁ । କିଛି ସମୟ ପରେ ଏହାର ରଙ୍ଗ ସାମାନ୍ୟ ପରିବର୍ତ୍ତନ ହେବା ପରେ ଛାଣି ଦିଅନ୍ତୁୁ । ଗରମ ଗରମ ଏହାକୁ ଚଟଣି ସହ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More