Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଢୋକଲା ।

bawarchi.com
0 27

ପ୍ରଥମେ ଏକ ପାତ୍ର ନିଅନ୍ତୁ । ସେଥିରେ ବେସନ ନିଅନ୍ତୁ । ଏହାପରେ ୨ ଚାମଚ ସୁଜି ପକାଇ ଚଲା ମାଧ୍ୟମରେ ଚଲାନ୍ତୁ । ଏହାକୁ ଏକ ପାତ୍ରରେ ରଖି ଅଳ୍ପ ଅଳ୍ପ ଜଳ ଢାଳି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଧ୍ୟାନ ରଖିବେ ଯେ ଏହା ଯେପରି ପତଳା କିମ୍ବା ପୂରା ମୋଟା ନ ହୁଏ । ଏବେ ଏଥିରେ ଲେମ୍ବୁ ରସ,ଲୁଣ ଏବଂ ସାମାନ୍ୟ ଦହି ଏବଂ ଚିନି ପକାଇ ଭଲ ଭାବରେ ମିଶାନ୍ତୁ । କଏହି ମିଶ୍ରଣକୁ ଅଧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ । ଏହି ସମୟ ମଧ୍ୟରେ କଂଚା ଲଙ୍କା ଏବଂ ଅଦା ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ । ଅଧ ଘଂଟା ପରେ ରଖିଥିବା ମିଶ୍ରଣରେ କଂଚା ଲଙ୍କା ଏବଂ ଅଦା ପକାନ୍ତୁ । ଏବେ ଏହି ମିଶ୍ରଣରେ ଇନୋ ଫ୍ରୁଟ ସଲ୍ଟ ପକାନ୍ତୁ,ଏହା ଦୁଇ ଗୁଣା ଫୁଲିଯିବ । ଏହାପରେ ପ୍ରେସର କୁକରରେ କିଛି ଜଳ ଗରମ କରନ୍ତୁ । ଗରମ ହେବାପରେ ଏକ ବୋଲରେ ତେଲ ଲଗାଇ ତାହା ଉପରେ ମିଶ୍ରଣ ଢାଳନ୍ତୁ । ଏହାକୁ ପ୍ରେସର କୁକର ମଧ୍ୟରେ ରଖି ଦିଅନ୍ତୁ ଏବଂ ସିଟି ବାହାର କରି ଦିଅନ୍ତୁ । ୧୫ରୁ ୨୦ ମିନିଟ ପରେ ଏକ ଛୁରୀରେ ଚେକ କରନ୍ତୁ । ଯଦି ମିଶ୍ରଣ ଛୁରୀରେ ନ ଲାଗେ ତେବେ ଜାଣିବେ ଯେ ଏହା ହୋଇ ସାରିଛି । ଏହାକୁ ଥଣ୍ଡା କରି ଚଟଣୀ ସହିତ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More