Only for Entertainment

ଏହି ୪ଟି ଉପାୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପପକର୍ଣ୍ଣ ।

youtube
0 60

 

ପପକର୍ଣ୍ଣ ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ତାହା ଯଦି ଭିନ୍ନ ଭିନ୍ନ ସ୍ୱାଦରେ ଉପଲବ୍ଧ ହେବ ତେବେ ଖାଇବାର ଇଛା ବଢିଯିବ । ଠିକ ସେହିଭଳି କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ପପକର୍ଣ୍ଣର ସ୍ୱାଦ ଦ୍ୱିଗୁଣିତ ହୋଇଯିବ । ଆସନ୍ତୁ ଜାଣିବା ।

• ପ୍ରଥମେ କଡ଼ାଇରେ ୫୦ ମିଲି ବଟର ଗରମ କରନ୍ତୁ ଓ ସେଥିରେ ୧୦୦ ଗ୍ରାମ ମକ୍କା ପକାନ୍ତୁ । ଏବେ ଏହାକୁ ଘୋଡ଼ାଇ ୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ବଟର ପପକର୍ଣ୍ଣ ।

 

• କଡ଼ାଇରେ ୫୦ ମିଲି ତେଲ ଗରମ କରି ସେଥିରେ ୧/୨ ଚାମଚ ହଳଦୀ ଓ ୧/୨ ଚାମଚ ଲୁଣ ପକାନ୍ତୁ । ଏହାପରେ ୧୦୦ ଗ୍ରାମ ପପକର୍ଣ୍ଣ ପକାନ୍ତୁ । ୧୦ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଦଳଦୀ ପପକର୍ଣ୍ଣ ।

 

• କଡ଼ାଇରେ ୨ ଚାମଚ ତେଲ ପକାଇ ୧୦୦ ଗ୍ରାମ ପପକର୍ଣ୍ଣ ପକାନ୍ତୁ । ଏହାକୁ ୧୦ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ଅନ୍ୟ ଏକ କଡ଼ାଇରେ ୨ ଚାମଚ ତେଲ ପକାଇ ୭୦ଗ୍ରାମ ଟମାଟୋ ସସ ପକାନ୍ତୁ । ୨ରୁ ୩ ମିନିଟ ପରେ ୧ ଚାମଚ ଲୁଣ ପକାନ୍ତୁ । ଏହାପରେ ଏଥିରେ ରଖିଥିବା ପପକର୍ଣ୍ଣ ପକାଇ ପ୍ରସ୍ତୁତ କରନ୍ତୁ ଟମୋଟୋ ପପକର୍ଣ୍ଣ ।

 

 

• କଡ଼ାଇରେ ୨ ଚାମଚ ତେଲ ପକାଇ ୧୦୦ ଗ୍ରାମ ପପକର୍ଣ୍ଣ ପକାନ୍ତୁ ଓ ୧୦ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ଅନ୍ୟ ଏକ କଡ଼ାଇରେ ୨୦୦ ଗ୍ରାମ ଚିନି ପକାନ୍ତୁ ଏହା ତରଳ ହେବା ପାଇଁ ଦିଅନ୍ତୁ । ଏହାପରେ ଏଥିରେ ୧/୨ ଚାମଚ ଭାନିଲା ଏକ୍ସଟ୍ରାକ୍ଟ୍ ଓ ପପକର୍ଣ୍ଣ ପକାନ୍ତୁ । ୫ ମିନିଟ ଥଣ୍ଡା କରିବା ପରେ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More