Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଆଳୁ କିମା ।

punjab kesari
0 46

ଏକ କଡ଼ାଇରେ ଦୁଇ ଚାମଚ ତେଲ ଗରମ କରନ୍ତୁ । ଏହାପରେ ୧ ଚାମଚ ରସୁଣ ବଟା ଓ ୧ ଚାମଚ ଅଦା ବଟା ପକାଇ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ୨୫୦ ଗ୍ରାମ ପିଆଜ ପକାଇ ଭଲ ଭାବରେ କଷନ୍ତୁ । ୧ ଚାମଚ କଂଚା ଲଙ୍କା ଏବଂ ୧/୨ ଚାମଚ ହଳଦୀ ପକାନ୍ତୁ । ପରେ ୫୦୦ ଗ୍ରାମ କିମା ଚିକେନ ପକାଇ ଭଲ ଭାବରେ ମିଶାନ୍ତୁ ।

କିଛି ସମୟ ପରେ ୧ ଚାମଚ ଲଙ୍କା ଗୁଣ୍ଡ,୧ ଚାମଚ ଧନିଆ ଗୁଣ୍ଡ ଏବଂ ୧ ଚାମଚ ଲୁଣ ପକାନ୍ତୁ । ଏହାପରେ ୨୫୦ ଗ୍ରାମ ଟମାଟୋ ପକାଇ ଭଲ ଭାବରେ କଷନ୍ତୁ । ପରେ ୨୦୦ ଗ୍ରାମ ଦହି ଏବଂ ୩୦୦ ଗ୍ରାମ ଆଳୁ ପକାଇ ଭଲ ଭାବରେ କଷନ୍ତୁ । ୨୨୦ ମିଲି ଜଳ ପକାଇ ୩୦ରୁ ୪୦ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ସିଝିଯିବା ପରେ ୧/୨ ଚାମଚ ଗରମ ମସଲା ଗୁଣ୍ଡ ପକାନ୍ତୁ । ଏହାକୁ ଧନିଆ ପତ୍ରରେ ଗାର୍ନିସ କରନ୍ତୁ । ଏହାକୁ ରୁଟି କିମ୍ବା ନାନ ସହିତ ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More