Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ବିନା ନୁଡୁଲ୍ସର ସ୍ପ୍ରିଙ୍ଗ ରୋଲ ।

taste
0 70

ପ୍ରତିଦିନ ଖାଦ୍ୟ କିଛି ନିଆରା ହେବା ଦରକାର ଏହା ସମସ୍ତେ ଚାହାଁନ୍ତି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ବରଂ ଛୋଟ ପିଲାଙ୍କର ମଧ୍ୟ ଭିନ୍ନ ରୁଚି ରହିଥାଏ । ଟିଫିନ ବକ୍ସରେ ପ୍ରତିଦିନ ନିଜ ରୁଟି ଅନୁସାରେ ହେଉ କିମ୍ବା ଭିନ୍ନ ସ୍ୱାଦର ଖାଦ୍ୟ ନେବାକୁ ପିଲାମାନେ ଖୁବ ପସନ୍ଦ କରନ୍ତି । ତେବେ ଆସନ୍ତୁ ଶିଖିବା ଚିକେନ ସ୍ପ୍ରିଙ୍ଗ ରୋଲ,ଯାହାକୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତେ ପସନ୍ଦ କରିବେ । ସଂଧ୍ୟା ସମୟରେ ମଧ୍ୟ ଏହାର ମଜା ନେଇପାରିବେ । ତେବେ ଏହା ନୁଡୁଲ୍ସରେ ନୁହେଁ ବରଂ କିଛି ନିଆରା ଭାବରେ ।

ଆବଶ୍ୟକୀୟ ସାମଗ୍ରୀ-
ତେଲ ୨ ଚାମଚ,ପିଆଜ ୮୦ ଗ୍ରାମ,ଅଦା ଓ ରସୁଣ ବଟା ୧ ଚାମଚ,କିମା ଚିକେନ ୨୯୦ ଗ୍ରାମ,ପିଆଜ ଶଣ୍ଢା ୬୫ ଗ୍ରାମ,ଗାଜର ୧୧୫ ଗ୍ରାମ,ବନ୍ଧା କେବି ୯୫ ଗ୍ରାମ,ଲୁଣ ସ୍ୱାଦନୁସାରେ,ଲଙ୍କା ଗୁଣ୍ଡ ୧/୪ ଚାମଚ,ସୋୟା ସସ୍ ୧ ଚାମଚ,ମଇଦା ୧ ଚାମଚ,ଜଳ ୨ ଚାମଚ,ସ୍ପ୍ରିଙ୍ଗ ରୋଲ ସିଟ୍ସ,ଫ୍ରାଏ ପାଇଁ ତେଲ ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପ୍ୟାନରେ ୨ ଚାମଚ ତେଲ ଗରମ କରି ୮୦ ଗ୍ରାମ କଟା ପିଆଜ ପକାଇ ଭାଜନ୍ତୁ । ଏହା ପରେ ଅଦା ଓ ରସୁଣ ବଟା ପକାଇ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଏଥିରେ ଗ୍ରାମ ପିଆଜ ଶଣ୍ଢା,ଗାଜର,ବନ୍ଧା କୋବି ଓ ସ୍ୱାଦନୁସାରେ ଲୁଣ,୧/୪ ଚାମଚ ଲଙ୍କା ଗୁଣ୍ଡ,ସୋୟା ସସ ପକାଇ ୩ରୁ ୪ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ବାଉଲକୁ ବାହାର କରିଦିଅନ୍ତୁ ।
ଏବେ ଏକ ଛୋଟ ପାତ୍ରରେ ୧ ଚାମଚ ମଇଦା ଓ ୨ ଚାମଚ ଜଳ ପକାଇ ମିଶାନ୍ତୁ । ଏହାପରେ ସ୍ପ୍ରିଙ୍ଗ ରୋଲ ସିଟ ଆଣି ସେଥିରେ ପ୍ରସ୍ତୁତ ଚିକେନକୁ ପକାଇ ରୋଲ ଭଳି ଗୁଡ଼ାଇ ଦିଅନ୍ତୁ । ଏହାର ଦୁଇ ପାଶ୍ୱର୍କୁ ବନ୍ଦ କରିବା ପାଇଁ ରଖିଥିବା ମଇଦାର ମିଶ୍ରଣକୁ ଲଗାନ୍ତୁ । ଏହାପରେ ତେଲରେ ଛାଣନ୍ତୁ । ଏହିଭଳି ଭାବରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ସ୍ପ୍ରିଙ୍ଗ ରୋଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More