Only for Entertainment

ପନିର ଖାଇବାକୁ ପସନ୍ଦ କରୁଥିଲେ,ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପନିର ଇନ ଲେମନ ହନି ସସ ।

youtube
0 53

ଆବଶ୍ୟକୀୟ ସାମଗ୍ରୀ- ପନିର ୩୦୦ ଗ୍ରାମ,ଲୁଣ ୧ ଚାମଚ,ହଳଦୀ ୧ ଚାମଚ,ଅଲିଭ ଅଏଲ ୩ ଚାମଚ,ଶୁଖିଲା ଲାଲ ଲଙ୍କା ୫ଟି,ରସୁଣ ୧ ଚାମଚ,ମହୁ ୧ ଚାମଚ,ଲେମ୍ବୁ ରସ ୨ ଚାମଚ,ଧନିଆ,ଗୋଲମରିଚ ଗୁଣ୍ଡ । ।

ପ୍ରସ୍ତୁତି ପ୍ରଣାଳୀ- ଏକ ବାଉଲରେ ପନିର,ଲୁଣ,ହଳଦୀ ଓ ଅଲିଭ ଅଏଲ ପକାଇ ଭଲ ଭାବରେ ମିଶାନ୍ତୁ ଓ ୨୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ପ୍ୟାନରେ ୨ ଚାମଚ ଅଲିଭ ଅଏଲ ଗରମ କରନ୍ତୁ,ଏଥିରେ ୫ଟି ଶୁଖିଲା ଲଙ୍କା ପକାନ୍ତୁ,୧ ଚାମଚ ରସୁଣ ପକାଇ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଏଥିରେ ୧ ଚାମଚ ମହୁ ଓ ୨ ଚାମଚ ଲେମ୍ବୁ ରସ ପକାଇ ମିଶାନ୍ତୁ । ଏହାପରେ ଅଧ ଚାମଚ ଲୁଣ,୧ ଚାମଚ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଏହାପରେ ମ୍ୟାରେିନେଟ ମସାଲାଦାର ପନିର ପକାଇ ୫ରୁ ୭ ମିନିଟ ପାଇଁ ଛାଡ଼ନ୍ତୁ । ଗୋଲଡେନ ରଙ୍ଗ ହୋଇଯିବା ପରେ ବାହାର କରନ୍ତୁ ଏବଂ ମହୁ ଓ ଧନିଆ ପତ୍ର ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More