Only for Entertainment

ପ୍ଲେନ ବଟର କୁଲଚାର ପ୍ରସ୍ତୁତି ପ୍ରଣାଳୀ ।

youtube
0 41

ଆବଶ୍ୟକୀୟ ସାମଗ୍ରୀ- ଦେଢ କମ ମଇଦା,ଅଧ ଚାମଚ ବେକିଂ ସୋଡ଼ା,ଦେଢ ଚାମଚ ଚିନି,ଦେଢ ଚାମଚ ତେଲ,୩ ଚାମଚ କ୍ଷୀର,ଲୁଣ ସ୍ୱାଦନୁସାରେ,୧ ଚାମଚ ରାଶି,୩ ଚାମଚ କଟା ଧନିଆପତ୍ର,ଥଣ୍ଡା ଜଳ ଓ ବଟର ।

ପ୍ରସ୍ତୁତି ପ୍ରଣାଳୀ-ଏକ ପାତ୍ରରେ ମଇଦା,ବେକିଂ ସୋଡ଼ା ଓ ଲୁଣ ପକାନ୍ତୁ । ଦହି,ଚିନି ଓ ତେଲ ପକାନ୍ତୁ । ଏହାପରେ ଥଣ୍ଡା ଜଳ ପକାଇ ଏକ ଗୋଲ ପ୍ରସ୍ତୁତ କରନ୍ତୁ । ଏକ କଟନ କପଡ଼ା ଘୋଡ଼ାଇ ୨ ଘଂଟା ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ଗୋଲ ଗୋଲ କରି ବେଲନ୍ତୁ । ତାହା ଉପରେ ରାଶି ଏବଂ ଧନିଆପତ୍ର ପକାନ୍ତୁ ଓ ବେଲନ୍ତୁ । ଏହା ଉପରେ ସାମାନ୍ୟ ଜଳ ପକାନ୍ତୁ ।

ହାତକୁ ବ୍ୟବହାର କରି ଜଳ ସାମାନ୍ୟ ଲଗାଇବେ । କେବଳ ଓଦା ଦେଖାଯିବା ଆବଶ୍ୟକ । ବଟର ଲଗାଇବା ଭଳି । ଏହାପରେ ପ୍ୟାନକୁ ମଧ୍ୟମ ଧରଣର ଗରମ କରନ୍ତୁ । କୁଲଚାକୁ ତାୱା ଉପରେ ରଖନ୍ତୁ । ଉପରେ ଫୋଟକା ଆସିବା ପର୍ଯ୍ୟନ୍ତ ତାୱାରେ ବସାନ୍ତୁ । ଏହାପରେ ତାୱାକୁ ଓଲଟାଇ ନିଆଁ ପାଶ୍ୱର୍କୁ ରଖନ୍ତୁ । ନିଆଁ ଠାରୁ ସାମାନ୍ୟ ଦୂରରେ ରଖନ୍ତୁ । ଏହାପରେ ବାହାର କରି କିଛଇ ବଟର ଲଗାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ପ୍ଲେନ ବଟର କୁଲଚା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More