Only for Entertainment

ପଂଜାବୀ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ ଆଳୁ ପକୋଡ଼ି ତରକାରୀ ।

youtube
0 80

ଆଳୁକୁ ନେଇ ଘର ମାନଙ୍କରେ ତ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । କିନ୍ତୁ ଆଜି ଶିଖିବା ଏକ ନୂଆ ଧରଣର ତରକାରୀ । ଯାହା ସ୍ୱାଦରେ ଖୁବ ସ୍ୱାଦିଷ୍ଟ । ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ- ତେଲ,ଜିରା,ରସୁଣ,ପିଆଜ,ହଳଦୀ,ଟମୋଟୋ,ଲୁଣ,ଲାଲ ଲଙ୍କା,ସିଝା ଆଳୁ,ପାଣି,ସେଓ ଓ ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ- କଡ଼ାଇରେ ୨ ଚାମଚ ତେଲ ଗରମ କରି ଅଧ ଚାମଚ ଜିରା ପକାଇ ଫୁଟାନ୍ତୁ । ୧ ଚାମଚ ଅଦା ଓ ରସୁଣ ପେଷ୍ଟ ପକାନ୍ତୁ । ୩ ମିନିଟ ପରେ ୧୫୦ ଗ୍ରାମ ପିଆଜ ପକାଇ ଭାଜନ୍ତୁ । ଏହାପରେ ଅଧ ଚାମଚ ହଳଦୀ ପକାନ୍ତୁ ଓ ପରେ ୧୫୦ ଗ୍ରାମ ଟମୋଟୋ ପକାଇ ୨ରୁ ୩ ମିନିଟ ଭାଜନ୍ତୁ । ସ୍ୱାଦନୁସାରେ ଲୁଣ ଓ ଅଧ ଚାମଚ ଲଙ୍କା ଗୁଣ୍ଡ ପକାନ୍ତୁ । ଏହାପରେ ୩୦୦ ଗ୍ରାମ ସିଝା ଆଳୁ ପକାନ୍ତୁ । ଆଳୁ ଓ ଟମୋଟୋ ମିଶିବା ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ୪୦୦ମିଲି ପାଣି ପକାଇ ମିଶାନ୍ତୁ ଓ ୧୦୦ ଗ୍ରାମ ସେଓ ପକାଇ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ କଡ଼ାଇରୁୁ ବାହାର କରି ଧନିଆ ପତ୍ରରେ ଗାର୍ନିସ କରି ସର୍ଭ କରନ୍ତୁ ପଂଜାବୀ ପକୋଡ଼ି ତରକାରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More