Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସୁଜିର ବର୍ଫି ।

youtube
0 48

ସୁଜିରେ ହାଲୱା ଏବଂ ଉପମା ତ ସମସ୍ତେ ତିଆରି କରନ୍ତି । କିନ୍ତୁ ସୁଜିରେ ଯଦି ବର୍ଫି ତିଆରି କରାଯିବ ତେବେ ସ୍ୱାଦ କିଛି ନିଆରା ହୋଇଯିବ । ତେବେ ଚାଲନ୍ତୁ ଶିଖିବା ସୁଜିର ବର୍ଫି ।

ଆବଶ୍ୟକୀୟ ସାମଗ୍ରୀ-
୧ କପ ସୁଜି,୧ କପ କୋରା ନଡ଼ିଆ,୧ କପ ବେସନ କିମ୍ବା ମଇଦା, ୧ କପ ଦୁଗ୍ଧ, ୩ ଚାମଚ ଘିଅ,୩/୪ ଚାମଚ ଅଳେଇଚ ଗୁଣ୍ଡ,୨ ଚାମଚ କଟା ପିସ୍ତାଚିଓ ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପ୍ୟାନ ବସାଇ ଗରମ ଗରନ୍ତୁ । ସେଥିରେ ସୁଜି ପକାଇ ୨ ମିନିଟ ପାଇଁ ଭାଜନ୍ତୁ । ଏହାପରେ ବେସନ ପକାନ୍ତୁ ଏବଂ ରଙ୍ଗ ପଦଳିବା ପର୍ଯ୍ୟନ୍ତ ଭାଜନ୍ତୁ । ତେବେ ତାହା ଯେପରି ନ ଜଳେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଭାଜିହେବା ପରେ ସେଥିରେ ନଡ଼ିଆ ଓ ଚିନି ପକାନ୍ତୁ । ଚିନି ତରଳିବା ପରେ ଦୁଗ୍ଦ ପକାନ୍ତୁ ଓ ପରେ ଅଳେଇଚ ପକାନ୍ତୁ । ସମ୍ପୂର୍ଣ୍ଣ ମିଶିଯିବା ପରେ ସେଥିରେ ଘିଅ ପକାନ୍ତୁ । ଏହାକୁ ଲୋ ଫ୍ଲେମରେ ରଖନ୍ତୁ । ଏହା ହାଲୱା ପରି ଦେଖାଯିବ ଏବଂ ଧୀରେ ଧୀରେ ପ୍ୟାନରୁ ତେଲ ଛାଡ଼ିବା ଆରମ୍ଭ କରିବ । ଏକ ଟ୍ରେରେ ପୂର୍ବରୁ ପେପର ପକାଇ ରଖିଥିବେ । ପ୍ୟାନରୁ ବାହାର କରି ଟ୍ରେକୁ ଡାଳନ୍ତୁ । ଏକ ସମାନ କରିଦିଅନ୍ତୁ ଏବଂ କଟା ପିସ୍ତାଚିଓ ପକାଇ କାର୍ନିସ କରନ୍ତୁ । ଫ୍ରିଜରେ ରଖିଦିଅନ୍ତୁ । ପରେ ଏହାକୁ ବର୍ଫି ଭଳି କାଟି ଦିଅନ୍ତୁ । ଏହିଭଳି ଭାବରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସୁଜି ବର୍ଫି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More