Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଗଜାମୁଗ ସ୍ୟାଣ୍ଡୱିଚ ।

POM
0 48

ଗଜାମୁଗ ଶୁଖିଲା ଅପେକ୍ଷା ଥଣ୍ଡା ସମୟରେ ଅଧିକ ଓଦା ଥାଏ । ଏଥିରେ ପୋଷକ ତତ୍ୱ ଅଧିକ ରହିଛି । ଏହାସହ ଭିଟାମିନ- ଏ, ବି, ସି, ଇ, କେ ଓ ଆମିନୋ ଏସିଡ ଭରପୁର ମାତ୍ରାରେ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ଫୂର୍ତ୍ତି ଲାଗିବା ସହ ସତେଜ ରହିଥାଏ । ଏହା ବ୍ୟତୀତ ପ୍ରୋଟିନ, ଭିଟାମିନ, ମିନେରାଲସରେ ଭରପୁର ମାତ୍ରାରେ ରହିଥାଏ । ଯଦି ଆପଣ ଚାହିଁବେ, ତେବେ ଏହା ସହାୟତାରେ ସ୍ୟାଣ୍ଡୱିଚ ମଧ୍ୟ ବନାଇପାରିବେ । ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟବର୍ଦ୍ଧକ ବି ହୋଇଥାଏ । ସେଥିପାଇଁ ପ୍ରଥମେ ଆପଣ ଗଜାମୁଗକୁ ଗରମ କରିବାକୁ ପଡିବ । ବ୍ରେକଫାଷ୍ଟରେ ଏହାକୁ ସେବନ କରିପାରିବେ । ତେବେ ଆସନ୍ତୁ ଜାଣିବା, ଗଜାମୁକ ସ୍ୟାଣ୍ଡଓି୍ୱଚ ବନାଇବାର ପ୍ରଣାଳୀ ।

କିପରି ପ୍ରସ୍ତୁତ କରିବା ଗଜାମୁଗ ସ୍ୟାଣ୍ଡୱିଚ
୬ ବ୍ରେଡ ସ୍ଲାଇସ
ଦୁଇ କପ ଗଜା ମୁଗ, ମଟର, ଚଣା,
ଗୋଟେ ସିଝା ଆଳୁ
ଦୁଇ ଚାମଚ ମେୟୋନିଜ,
ଟମାଟୋ ସସ,
ଲେମ୍ବୁ ରସ
ଲୁଣ ସ୍ୱାଦାନୁସାରେ,
ଏକ ଚାମଚ କଳା ଲଙ୍କା ଗୁଣ୍ଡ
କଟା ପିଆଜ,
କଟା ଟମାଟ
ତେଲ କିମ୍ବା ଘିଅ

ପ୍ରଣାଳୀ : –
ସବୁଠାରୁ ପ୍ରଥମେ ଏକ ନନ-ଷ୍ଟିକ ପାତ୍ରରେ ତେଲ କିମ୍ବା ଘିଅ ଗରମ କରି କଟା ପିଆଜ ପକାନ୍ତୁ । ୨/୩ ମିନିଟ ପର୍ଯ୍ୟନ୍ତ ଆଂଚରେ ରଖନ୍ତୁ । ଏହାପରେ କଟାଯାଇଥିବା ଟମାଟୋ, ଲୁଣ ପକାନ୍ତୁ । ଏବେ ଗରମ ହୋଇଥିବା ଗଜାମୁଗ, ଆଳୁକୁ ଢାଳି ମିକ୍ସ କରି ଦିଅନ୍ତୁ । ୨/୩ ମିଟିନ ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଗ୍ୟାସ ବନ୍ଦ କର ଦିଅନ୍ତୁ । ଏଥିରେ ମେୟୋମିଜ, ଟୋମାଟୋ ସୋସ, ଲେମ୍ବୁ ରସ, କଳା ଲଙ୍କା ଦେଇ ଭଲ ଭାବେ ମିକ୍ସ କରି ଫ୍ରିଜରେ ରଖି ଦିଅନ୍ତୁ । ବ୍ରେଡର ଏକ ସ୍ଲାଇସରେ ଗଜାମୁଗର ମିଶ୍ରଣକୁ ରଖି ଉପରି ଭାଗରେ ଆଉ ଏକ ବ୍ରେଡ ସ୍ଲାଇସ ଦେଇ ଘୋଡାଇ ଦିଅନ୍ତୁ । ଏଭଳି ସବୁ ବ୍ରେଡ ସ୍ଲାଇସକୁ ଗଜାମୁକ ମିଶ୍ରଣ ସହିତ ପ୍ରସ୍ତୁତି କରିପାରିବେ ସ୍ୟାଣ୍ଡୱିଚ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More