Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସୋୟା ମଂଚୁରିଆନ ।

steemit
0 45

ଆବଶ୍ୟକ ସାମଗ୍ରୀ:

ସୋୟାବିନ

କର୍ଣ୍ଣଫ୍ଲୋର

ଲଙ୍କା ଗୁଣ୍ଡ

ଗୋଲମରିଚ

ପିଆଜ

ଶିମଳା ଲଙ୍କା

ଚିଲି ସସ୍

ସୋୟା ସସ୍

ରସୁଣ, ଅଦା

କଟା ପିଆଜ

କଞ୍ଚାଲଙ୍କା

ଟମାଟୋ ସସ୍‌

ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସୋୟାବିନକୁ ଗରମ ପାଣିରେ ତିନି ଚାରି ମିନିଟ ବତୁରାଇ ଦିଅନ୍ତୁ । ଏହାପରେ ସୋୟାବିନ ଗୁଡ଼ିକୁ ପାଣିରୁ କାଢି ନିଅନ୍ତୁ। ଏକ ପାତ୍ରରେ ବତୁରି ଯାଇଥିବା ସୋୟାବିନକୁ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ  ରଖିଦିଅନ୍ତୁ।

ଏବେ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ ସେଥିରେ ଅଦା ରସୁଣ, ପିଆଜ କଞ୍ଚାଲଙ୍କା  ଓ ଶିମିଳା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ । ସେଥିରେ ଟମାଟୋ ସସ୍, ଚିଲି ସସ୍‌, ସୋୟା ସସ୍‌ ଓ ଅଳ୍ପ ଲୁଣ ପକାନ୍ତୁ। ଏଥିରେ  ଅଧାକପ୍‌ ପାଣି ମିଶାଇ ଝୋଳକୁ ଗାଢ଼ା କରନ୍ତୁ।  ଏବେ ପୂର୍ବରୁ ରଖିଥିବା ସୋୟାବିନକୁ ଝୋଳରେ ପକାଇ ୧ ମିନିଟ ଯାଏଁ କଷନ୍ତୁ।  ଏବେ ପ୍ରସ୍ତୁତ ହୋଇଗଲା ସୋୟା ମଞ୍ଚୁରିଆନ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More