Only for Entertainment

ରାଷ୍ଟ୍ରପତିଙ୍କ ଉପରେ ନିରାଶ ହେଲେ ନ୍ୟାସନାଲ ଆୱାର୍ଡ ବିଜେତା, ଦେଲେ ବହିଷ୍କାରର ଧମକ

Samachar Jagat
0 49

ଭାରତୀୟ ସିନେମାର ସବୁଠାରୁ ଖାସ ଆୱାର୍ଡ କୁହାଯାଉଥିବା ନ୍ୟାସନାଲ ଆୱାର୍ଡର ଅପେକ୍ଷା ସବୁ କଳାକାରଙ୍କୁ ରହିଥାଏ । ଆଜି ଅର୍ଥାତ ୩ ମଇକୁ ଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହ ଆରମ୍ଭ ହେବ । ଏହି ସମାରୋହରେ ଇଣ୍ଡଷ୍ଟ୍ରୀର ୧୪୦ କଳାକାରଙ୍କୁ ନ୍ୟାସନାଲ ଆୱାର୍ଡରେ ସମ୍ମାନୀତ କରାଯିବ ।

କିନ୍ତୁ କାର୍ଯ୍ୟକ୍ରମ ଆୟୋଜିତ ହେବା ପୂର୍ବରୁ ପୁରସ୍କାର ପାଇବାକୁ ଥିବା ବିଜେତାମାନେ ରାଷ୍ଟ୍ରପତିଙ୍କ ଉପରେ ଗଭୀର ନିରାଶ ହୋଇଛନ୍ତି । ଏହାର କାରଣ ହେଉଛି ୧୪୦ କଳାକାର ମାନଙ୍କ ମଧ୍ୟରୁ ମାତ୍ର ୧୧ ଜଣଙ୍କୁ ରାଷ୍ଟ୍ରପତି ନିଜ ହାତରେ ସାମ୍ମାନୀତ କରିବେ । ଏହାକୁ ନେଇ ଅନେକ ପୁରସ୍କାର ବିଜେତା ସମାରୋହକୁ ବହିଷ୍କାର କରିବା ପାଇଁ ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁସାରେ ଏହି ସମାରୋହର ଅଭ୍ୟାସ ବେଳେ ବିଜେତାମାନେ ଏହି ବଷୟରେ ସୂଚନା ପାଇଥଲେ । ଏହାକୁ ନେଇ ବିଜେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁସାରେ ରାଷ୍ଟ୍ରପତି ୧୧ ଜଣଙ୍କୁ ସମ୍ମାନୀତ କରିବା ପରେ ଅନ୍ୟମାନଙ୍କୁ ସୃତି ଇରାନୀ ସମ୍ମାନୀତ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More