Only for Entertainment

ଲତା ମଙ୍ଗେସକରଙ୍କୁ ସାକ୍ଷାତ କରିବା ପାଇଁ ପହଁଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଟ୍ୱିଟରରେ ଫଟୋ ସେୟାର କଲେ ଗାୟିକା

IANS
72

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଲିଉଡ ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରେ ପହଁଚିଥିଲେ । ରାଷ୍ଟ୍ରପତିଙ୍କୁ ଘରେ ପାଇ ଲତା ମଙ୍ଗେସକର ନିଜକୁ ଖୁବ ସମ୍ମାନୀତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ରବିବାର ଗାୟିକା ଲତା ମଙ୍ଗେସକର ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ କଥା ହେଉଥିବାର ନଜର ଆସିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ତାଙ୍କ ପତ୍ନୀ ସବିତା କୋବିନ୍ଦ, ଝିଅ ସ୍ୱାତୀ କେବିନ୍ଦ ତଥା ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ପତ୍ନୀ ବିନୋଦା ରାଓ ଏବଂ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବିନୋଦ ତାୱଡେ ମଧ୍ୟ ଲତା ମଙ୍ଗେସକରଙ୍କୁ ତାଙ୍କ ଘରେ ସାକ୍ଷାତ କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More