Only for Entertainment

ପ୍ରିନ୍ସ ହ୍ୟାରିଙ୍କ ବିବାହ ସାଜସଜ୍ଜା ହେବ ଖାସ ଫୁଲ ଦ୍ୱାରା, ଡାଏନାଙ୍କ ସହ ରହିଛି ଏହି ଫୁଲର ସମ୍ପର୍କ !

global news
0 63

ବ୍ରିଟେନର ପ୍ରିନ୍ସ ହ୍ୟାରୀ ଏବଂ ମେଗନ ମାର୍କଲଙ୍କ ରାଜକୀୟ ଢଙ୍ଗରେ ବିବାହ ହେବା ଲାଗି ଧୁମଧାମରେ ପ୍ରସ୍ତୁତି ଚାଲିଛି । ୧୯ମେ ହେବାକୁ ଯାଉଥିବା ଏହି ଗ୍ରାଣ୍ଡ ୱେଡିଂରେ ଯୋଡି ହୋଇଥିବା ଅନେକ ଜିନିଷରେ ରାଜକୀୟପଣ ଝଲସି ଉଙ୍ଖିବ । ଏହି ରୟାଲ ଯୋଡି ସେଂଟ ଜଜ୍ ଚୈପଲରେ ହେବାକୁ ଯାଉଥିବା ବିବାହରେ ଅନେକ ଫୁଲ ଦ୍ୱାରା ଗାର୍ଡନ ସୁସଜ୍ଜିତ କରାଯିବ ।

ଲଣ୍ଡନର ଫୋରିଷ୍ଟ ଫିଲିପା କ୍ରୈଡୋକ ହଲକୁ ଫୁଲରେ ସଜାଇବେ । ଯେଉଁକାରଣରୁ କ୍ରାଉନ ଏସ୍ଟେଟ ଏବଂ ୱିଣ୍ଡସର ଗ୍ରେଟ ପାର୍କ ସହ ସ୍ଥାନୀୟ ବଗିଚାରୁ ଫୁଲ ଅଣାଯାଇ ଏହି ହଲକୁ ସଜା ଯିବ । ଫୁଲ ତାଲିକାରେ ଧଳା ଗୋଲାପର ନା ରହିଛି । ଏହି ଫୁଲ ପଛରେ ଏକ ଖାସ କାରଣ ରହିଥିବା ଜାଣିବାକୁ ମିଳିଛି ।

prince-hery-moss-mos_040218103050

ଏହାର କାରଣ ହେଉଛି ପ୍ରିନ୍ସ ହ୍ୟାରୀଙ୍କ ମା ପ୍ରିନ୍ସେସ ଡାଏନାଙ୍କର ଏହି ଫୁଲ ଖୁବ ପସନ୍ଦ ଥିଲା । ତେଣୁ ଏହି କାରଣରୁ ଏହି ଫୁଲକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମାତ୍ର ମାର୍କେଲଙ୍କ ପସନ୍ଦିତା ଫୁଲ ପେଓନି ଅଟେ ।

price

ପ୍ରିନ୍ସ ହ୍ୟାରିଙ୍କ ରୟାଲ ୱେଡିଂ ସାଜସଜା ପାଇଁ ସୁଯୋଗ ମିଳିଥବାରୁ ଫିଲିପ ଏକ ସାକ୍ଷାତକାରରେ ନିଜର ଖୁସି ଜାହିର କରିଛନ୍ତି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ବିବାହ ସମ୍ପୂର୍ଣ୍ଣ ହେବା ପରେ ଏହି ଫୁଲ ଚାରିଟି ସଂସ୍ଥାକୁ ଦାନ କରାଯିବ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଯୋଡି ଯେବେ ନିଜର ଡେଟ ଆରମ୍ଭ କରିଥିଲେ ହେି ଦିନ ହିଁ ଗୋଲାପୀ ଏବଂ ଧଳା ରଂଗର ପେଓନି ଫୁଲଦାନୀ ସୋସିଆଲ ମିଡିଆରେ ସେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More