Only for Entertainment

ସିଙ୍ଗଡା ଚୋରାଉଥିବା ନଜର ଆସିଲେ ବ୍ରିଟେନ ରାଜକୁମାର, ଭାଇରାଲ ହେଲା ଭିଡିଓ ।

SBS
0 38

ନିକଟରେ ବ୍ରିଟେନ ରାଜକୁମାର ହ୍ୟାରୀ ଆମେରିକୀୟ ଅଭିନେତ୍ରୀ ମେଗନ ମର୍କଲଙ୍କ ବିବାହ ଖୁବ ଚର୍ଚ୍ଚାରେ ଥିଲା । ଏହି ରୟାଲ ୱେଡିଂରେ ଅନେକ ପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ବିବାହ ଦୁନିଆର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଏକ ଥିଲା । ବିବାହର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ତେବେ ବିବାହ ପରେ ପ୍ରିନ୍ସ ହ୍ୟାରୀଙ୍କର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଲୋକେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭିଡିଓରେ ପ୍ରିନ୍ସ ହ୍ୟାରୀଙ୍କୁ ସିଙ୍ଗଡା ଚୋରାଉଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପାର୍ଟିରେ ପ୍ରିନ୍ସ ହ୍ୟାରୀ ଟେବୁଲ ଉପରୁ ଏକ ସିଙ୍ଗଡା ଲୁଚାଇ ନେଇ ବନ୍ଧୁମାନଙ୍କ ଗହଣକୁ ଯାଉଥିବାର ଭିଡିଓରେ ଦେଖିବାକୁ ମିଳିଛି । କାହାକୁ ଏହି ବିଷୟରେ ଜଣାନଥିବା ବେଳେ କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଯାଇଥିଲା । କିଛି ସମୟ ପରେ ହ୍ୟାରୀ ଜାଣିବାକୁ ପାଇଥିଲେ କ୍ୟାମେରାରେ ଏହା କଏଦ ହୋଇଯାଇଛି । ଏହା ପରେ ସେ କ୍ୟାମେରାକୁ ଅନାଇ ହସୁଥିବାର ନଜର ଆସିଥିଲେ । ମେଗନ ମର୍କଲଙ୍କ ପୁସ୍ତକ ଲଂଚ ଅବସରରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More