Only for Entertainment

ବିଗବସରେ ସିଦ୍ଧାର୍ଥଙ୍କ ସମର୍ଥନରେ ବାହାରିଲେ ପ୍ରିନ୍ସ ନରୁଲା, କହିଲେ ସିଦ୍ଧାର୍ଥଙ୍କୁ ଅଧିକ ଉସକାଉଛନ୍ତି ପ୍ରତିଯୋଗୀ

37

ବିଗବସ ସିଜନ ୯ର ବିଜେତା ପ୍ରିନ୍ସ ନରୁଲା ରିଆଲିଟି ଶୋ’କୁ ଖୁବ ନିକଟରୁ ଅନୁସରଣ କରୁଛନ୍ତି । ନିକଟରେ ପ୍ରିନ୍ସ ନରୁଲା ଭୁଟ’ର ଶୋ ବିଗବଜରେ ନଜର ଆସିଥିଲେ । ଏଠାରେ ସେ ବିଗବସ ପ୍ରତିଯୋଗୀ ଏବଂ ସେମାନଙ୍କ ଗେମ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଠାରେ ସେ ସିଦ୍ଧାର୍ଥ ଶୁକ୍ଳାଙ୍କୁ ସମର୍ଥନ କରୁ ଥିବାର ଦେଖିବାକୁ ମିଳିଛି । ପ୍ରିନ୍ସ କହିଛନ୍ତିଯେ ସିଦ୍ଧାର୍ଥ ଶୋ’ର ଗୁଣ୍ଡା ନୁହଁନ୍ତି । ସେ ଆଗ୍ରେସିଭ ଏବଂ ଏହା ତାଙ୍କର ପ୍ରକୃତି । ଆମେ କାହାର ପ୍ରକୃତିକୁ ବଦଳାଇ ଦେଇ ପାରିବାନି । ସେ ରଶ୍ମି ହୁଅନ୍ତୁ ବା ଆସୀମ ଉଭୟ ସିଦ୍ଧାର୍ଥଙ୍କୁ ସବୁବେଳେ ଉସକାଉଛନ୍ତି । କେବଳ ସିଦ୍ଧାର୍ଥ ନୁହଁନ୍ତି ବରଂ ମୁଁ ମଧ୍ୟ ଶୋ’ରେ ଥିବାବେଳେ ମୋତେ ମଧ୍ୟ କିଛି ପ୍ରତିଯୋଗୀ ଉସକାଉଥିଲେ ଏବଂ ତାହା ମୋ ପାଇଁ ଅସହ୍ୟ ଥିଲା । ପରିସ୍ଥିତି ଏଭଳି ହୋଇଯାଏକି ଛୋଟ ଛୋଟ କଥା ମଧ୍ୟ ଖରାପ ଲାଗେ । ତେବେ ଶୋ’ରେ ସିଦ୍ଧାର୍ଥଙ୍କୁ ଅଧିକ ପ୍ରୋଭୋକ କରାଯାଉଛି ବୋଲି କହିଛନ୍ତ ପ୍ରିନ୍ସି । ତେବେ ଏହିଥରର ସିଜନକୁ ଦେଖି ଖୁବ ମଜା ନେଉଛନ୍ତି ଏହି ପୂର୍ବ ପ୍ରତିଯୋଗୀ ଏବଂ ବିଗବସର ବିଜେତା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More