Only for Entertainment

ନମ୍ବର ବଢାଇବା ପାଇଁ ପାଖକୁ ଡାକି ଏଭଳି କାମ କରୁଥିଲେ ପ୍ରିନ୍ସିପାଲ ।

aajtak
0 38

ପାଟଣାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଖୁବ ନିନ୍ଦା ଜନକ ଏବଂ ଲଜ୍ଜାଜନକ ମଧ୍ୟ । ଫୁଲବାରୀଠାରେ ପ୍ରିନ୍ସିପାଲ ଏବଂ ଶିକ୍ଷକ ୫ମ ଶ୍ରେଣୀର ଛାତ୍ରୀଙ୍କୁ ୯ ମାସ ପର୍ଯ୍ୟନ୍ତ ରେପ କରିଛନ୍ତି । ଘଟଣା ସେତେବେଳ ସାମ୍ନାକୁ ଆସିଲା ଯେତେବେଳେ ପିଲାଟିଏ ତା ମା ସାମ୍ନାରେ ବମିଟିଙ୍ଗ କରିବାକୁ ଲାଗିଲା । ମାଙ୍କୁ ଲାଗିଲାଯେ ପିଲା ଅସୁସ୍ଥ ଅଛି । ଏହାପରେ ପରିବାର ଲୋକ ପିଲାଟିକୁ ହସ୍ପିଟାଲ ନେଇଗଲେ । ଯେଉଁଠାରେ ଡାକ୍ତର କହିଲେଯେ ପିଲାଟି ଗର୍ଭବତୀ ଅଛି ।
କୁହାଯାଉଛିଯେ ପ୍ରିନ୍ସିପାଲ ଏବଂ ଟିଚର ପିଲାଟିର ନମ୍ବର ବଢାଇ ଦେବା କଥା କହି ୯ ମାସ ପର୍ଯ୍ୟନ୍ତ ରେପ କଲେ । ଏହା ଦ୍ୱାରା ୧୨ ବର୍ଷୀୟ ଛାତ୍ରୀ ଗର୍ଭବତୀ ହୋଇଗଲା । ପରିବାର ଲୋକ ଏହା ଜାଣିବା ପରେ ପୋଲିସର ସହାୟତା ନେଲେ । ତର୍ଜମା କରିବା ପରେ ପୋଲିସ ଦୋଷୀମାନଙ୍କୁ ଗିରଫ କଲା ।
ପିଲାଟିକୁ ପଚରା ଯିବାରୁ ସେ କହିଲାଯେ ନମ୍ବର ବଢାଇବା ପାଇଁ ସେମାନେ ରୁମକୁ ଡାକୁଥିଲେ ଏବଂ ଖରାପ କାମ କରୁଥିଲେ । କେବଳ ସେତିକି ନୁହେଁ ଭିଡ଼ିଓ ସୁଟିଂ କରି ବ୍ଲାକମେଲ ମଧ୍ୟ କରୁଥିଲେ । ଦୋଷୀମାନଙ୍କ ନାମ ହେଉଛି ରାଜ ସିଙ୍ଘାନିଆ ଓରଫ ଅରବିନ୍ଦ କୁମାର ଏବଂ ଅଭିଷେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More