Only for Entertainment

ୟୁଟୁବରେ ରିଲିଜ ହେଲା ମନଛୁଆଁ ଓଡିଆ ଗୀତ ‘ପ୍ରିୟା ଓରେ ପ୍ରିୟା’ !

89

ଓଡିଆ ସଙ୍ଗୀତ ଦୁନିଆର ବାଦଶାହ ଭାବେ ଏବେ ଜଣାଯାଉଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ଯାଦୁକରୀ ସ୍ୱରରେ ଏକ ସେ ଏକ ମନଛୁଆଁ ଗୀତ ଭେଟିଦେଇ ଓଲିଉଡର ନମ୍ବର ୱାନ କଣ୍ଠଶିଳ୍ପୀ ଭାବେ ନିଜକୁ ପରିଚିତ କରାଇ ପାରିଛନ୍ତି ହ୍ୟୁମାନ ସାଗର । ଆଉ ଏବେ ନିଜ ପ୍ରଶଂସକଙ୍କ ପାଇଁ ଭେଟିଦେଇଛନ୍ତି ଆଉ ଏକ ମନଛୁଆଁ ଗୀତ ।

ୟୁଟୁବରେ ରିଲିଜ ହେଲା ମନଛୁଆଁ ଓଡିଆ ଗୀତ ‘ପ୍ରିୟା ଓରେ ପ୍ରିୟା’ । ରଙ୍ଗୋଲି ଏଂଟରଟେନମେଂଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଗୀତର ଷ୍ଟୁଡିଓ ଭର୍ସନ ଏବେ ରିଲିଜ୍ ହୋଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହି ଖାସ ଗୀତଟି । ଆକର୍ଷଣୀୟ ଲିରିକ୍ସ ଓ ମନଛୁଆଁ ସଙ୍ଗୀତ ଶୁଣିବାକୁ ମିଳିଛି ଏହି ଗୀତରେ । ଆଉ ଏହାକୁ ନିଜ ଶୈଳୀରେ ଭେଟିଦେଇଛନ୍ତି ହ୍ୟୁମାନ ସାଗର । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁସୀଲ ଦଳେଇ ।

ଗୀତିକାର ଅରୁଣମନ୍ତ୍ରୀଙ୍କ ଶବ୍ଦ ଗୀତଟିକୁ କରିଛି ଆହୁରି ଆଟ୍ରାକ୍ଟିଭ । କଟକର ମିଲନ ଷ୍ଟୁଡିରେ ଏହି ଗୀତର ସୁଟିଂ କରାଯାଇଛି । କଳ୍ପନା ଦାଶଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ଗୀତଟିକୁ ଓଡିଆ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଆଗକୁ ଏହି ଗୀତର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More