Only for Entertainment

ପ୍ରିୟା ପ୍ରକାଶଙ୍କ କୋ-ଆକ୍ଟରଙ୍କ ଫଟୋକୁ ନେଇ ଛେଡ଼ଛାଡ଼,ଅନଲାଇନରେ ଲିକ ହେଲା ଅଶ୍ଲୀଳ ଫଟୋ ।

bollywood life
0 49

ମଲାୟାଲାମ ଅଭିନେତ୍ରୀ ପ୍ର୍ରିୟା ପ୍ରକାଶ ବାରିୟରଙ୍କ ପରେ ତାଙ୍କ କୋ ଷ୍ଟାର ଜିପ୍ସା ବେଗମଙ୍କୁ ଅନଲାଇନରେ ଛେଡ଼ଛାଡ଼ କରାଯାଉଛି । ଫେସବୁକରେ ଏକ ପୋଷ୍ଟ ଜରିଆରେ ସେ ଏହି ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ ଫଟୋକୁ ଅଶ୍ଲୀଳ କରାଯାଇ ଭାଇରାଲ କରାଯାଉଛି । ତେବେ ଜିପ୍ସା ଚେତାବନୀ ଦେଇଛନ୍ତିଯେ ଏଭଳି କରିଥିବା ବ୍ୟକ୍ତି ନାମରେ ମାମଲା ରୁଜୁ କରି କୋର୍ଟକୁ ନେବେ ।

ଜିପ୍ସାଙ୍କ କହିଛନ୍ତିଯେ ସାଇବର କ୍ରାଇମରେ ପିଡ଼ିତ ହୋଇଥିବା ମୁଁ ପ୍ରଥମ ଝିଅ ନୁହେଁ,ତେଣୁ ମୁଁ ଏଥିପାଇଁ ଚିନ୍ତିତ ନୁହେଁ । ସମସ୍ତଙ୍କୁ ଏହି ଫଟୋ ଦେଖିବା ଉଚିତ ଏବଂ ଏଭଳି କରିଥିବା ବ୍ୟକ୍ତିର ବିରୋଧ କରିବା ଉଚିତ । ସେ ଏଭଳି କାମ କରିଥିବା ବ୍ୟକ୍ତି ପାଇଁ ଲେଖିଛନ୍ତିଯେ ନିଜର ହତାଶକୁ ମୋ ପକ୍ଷେ ଦେଖାଇବା ଆଦୌ ଠିକ ନୁହେଁ । ଫଟୋ ଦେଖି ମଜା ନେଉଥିବା ବ୍ୟକ୍ତିଙ୍କ ପାଇଁ ସେ କହିଛନ୍ତିଯେ ଚାଇନିଜ ଫୋନ କେବେ ଆଇଫୋନ ହୋଇପାରିବ ନାହିଁ ।

ଜିପ୍ସା ଲଭ ଔର ଅଦାରେ ପ୍ରିୟାଙ୍କ ସହିତ ନଜର ଆସିବେ । ତେବେ ପ୍ରିୟା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ହୋଇଥିବା ମାମଲା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More