Only for Entertainment

ପୁଣିଥରେ ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଭିଡିଓ, ନଜର ଆସିଲା ପ୍ରିୟାଙ୍କ ନୂଆ ଅବତାର

zee news
0 76

ମଲୟାଲମ ଫିଲ୍ମ ‘ଓରୁ ଆଦାର ଲଭ’ ଜରିଆରେ ଅଭିନୟ କ୍ୟାରିୟରର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଭାଇରାଲ ଗାର୍ଲ ନାମରେ ପରିଚିଚ ପ୍ରିୟାଙ୍କର ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ସେ ପପୁଲାର ଷ୍ଟାର ହୋଇଯାଇଛନ୍ତି । ପ୍ରିୟାଙ୍କ ଫ୍ୟାନ ଫଲୋଇଙ୍ଗ ଏପରି ଯେ ତାଙ୍କର ଭିଡିଓ ଇଣ୍ଟରନେଟରେ ଆସିବା ମାତ୍ରେ ଏହା ଖୁବ ଭାଇରାଲ ହୋଇଯାଇଥାଏ । ତେବେ ପ୍ରିୟାଙ୍କ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

✨ Wearing: @anjali_varma_official ?: @ajmal_photography_

A post shared by priya prakash varrier (@priya.p.varrier) on

ଏହି ଭିଡିଓରେ ପ୍ରିୟା ଗୀତ ଗାଉଥିବାର ନଜର ଆସିଛନ୍ତି । ଖବର ଅନୁସାରେ ଏହା ଏକ ବିବାହ ସମାରୋହର ଭିଡିଓ । ଭିଡିଓରେ ପ୍ରିୟାଙ୍କୁ ଟ୍ରାଡିସନାଲ ଅବତାରରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ମୁଭି ମ୍ୟାନ ବ୍ରଡକାଷ୍ଟିଂ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ଅପଲୋଡ କରାଯାଇଛି । ଏହି ଭିଡିଓକୁ କିଛି ସମୟ ମଧ୍ୟରେ ୧୮୮,୧୧୧ରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More