Only for Entertainment

ଆପଣଙ୍କ ଜାଣନ୍ତି କି ଗୋଟିଏ ସୋସିଆଲ ମିଡିଆ ପୋଷ୍ଟରେ କେତେ ରୋଜଗାର କରୁଛନ୍ତି ଭାଲେଣ୍ଟାଇନ ଗର୍ଲ ପ୍ରିୟା ପ୍ରକାଶ?

DNA India
0 101

ଭାଲେଣ୍ଟାଇନ ସପ୍ତାହରେ ଭାଇରାଲ ହୋଇଥିବା ଭିଡିଓ ଜରୀଆରେ ରାତାରାତି ଷ୍ଟାର ହୋଇଥିବା ପ୍ରିୟା ପ୍ରକାଶ ୱାରିୟର ବର୍ତ୍ତମାନ ବଲିଉଡର ଜଣାଶୁଣା ଅଭିନେତ୍ରୀମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ପ୍ରିୟା ପ୍ରକାଶ ‘ମାଣିକ୍ୟ ମାଲାରାୟା ପୁଭି’ ଗୀତ ଜରୀଆରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ । ବର୍ତ୍ତମାନ ପ୍ରିୟା ଇଂଷ୍ଟାଗ୍ରାମରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରିୟାଙ୍କର ଗୋଟିଏ ଦିନରେ ୬୦୬ ହଜାର ଫଲୋୟର୍ସ ବଢିଥିଲେ । ଏହି ସଂଖ୍ୟା ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ଅଭିନେତ୍ରୀ ସନି ଲିୟୋନ ଏବଂ ଦୀପିକା ପାଦୁକୋନଙ୍କ ଠାରୁ ମଧ୍ୟ ଅଧିକ । ଏହି ମାମଲାରେ ପ୍ରିୟା ଆମେରିକାର ଟିଭି ଷ୍ଟାର କେଲି ଜେନର ଏବଂ ଫୁଟବଲ ଷ୍ଟାର କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ବର୍ତ୍ତମାନ ପ୍ରିୟାଙ୍କର ଇଂଷ୍ଟାଗ୍ରାମରେ ୫.୧ ମିଲିୟନ ଫଲୋୟର୍ସ ଅଛନ୍ତି ।

ରିପୋର୍ଟ ଅନୁସାରେ ପ୍ରିୟାଙ୍କର ବଢୁଥିବା ଫଲୋୟର୍ସ ଏବଂ ଲୋକପ୍ରିୟତାକୁ ନଜରରେ ରଖି ପ୍ରିୟାଙ୍କର ପ୍ରତ୍ୟେକ ସୋସିଆଲ ପୋଷ୍ଟ ବଦଳରେ ତାଙ୍କୁ ୮ ଲକ୍ଷ ଟଙ୍କା ମିଳୁଛି ।

କହିରଖୁଛୁ ଯେ ପ୍ରିୟାଙ୍କର ଫିଲ୍ମ ‘ ଓରୁ ଆଦାର ଲଭ’ର ଗୀତ ସୋସିଆଲ ମିଡିଆରେ ଛାଇ ରହିଛି । ଏହି ଫିଲ୍ମଟି ଦୁଇ ସ୍କୁଲ୍ ଛାତ୍ରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More