ପ୍ରିୟା ପ୍ରକାଶ କରାଇଲେ ଫଟୋସୁଟ, ତାଙ୍କର ଏହି ଲୁକ କରିଦେବ ଦିୱାନା !
ନିଜ ଆଖିର ଇଶାରାରେ ରାତାରାତି ସୁପରଷ୍ଟାର ହୋଇଥିବା ପ୍ରିୟା ପ୍ରକାଶ ୱାରିୟର ନିଜର ନୂଆ ଫଟୋସୁଟ କରାଇଛନ୍ତି । ଯେଉଁ କାରଣରୁ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଫଟୋସୁଟରେ ପ୍ରିୟା ଗୋଲାପୀ ରଂଗର ଏକ ଫୁଲ ଗାଉନ ପରିଧାନ କରି ଖୁବ ସୁନ୍ଦର ଦିଶୁଥିବା ନଜରକୁ ଆସିଥିଲେ । ସେ କୌଣସି ରାଜକୁମାରୀ ଠାରୁ କମ ଦିଶୁନାହାନ୍ତି । ଏହି ଫଟୋସୁଟ ସେ ଏକ ପୋଷାକ ବ୍ରାଣ୍ଡ ପାଇଁ କରିଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
କିଛି ଦିନ ତଳେ ତାଙ୍କ ସମ୍ପର୍କରେ ଖବର ଆସିଥିଲା ଯେ ସେ ଖୁବ ଶୀଘ୍ର ରଣବୀର ସିଂଙ୍କ ସହ ଫିଲ୍ମ ‘ସାମ୍ବା’ରେ ଡେବ୍ୟୁ କରିବେ । ମାତ୍ର ଏହାର କୌଣସି ସଠିକ ଖବର ମିଳିନାହିଁ ।
ଏହା ଭିତରେ ପ୍ରିୟାଙ୍କ ଡେବ୍ୟୁ ଫିଲ୍ମ ‘ଓରୁ ଅଦାର ଲଭ’ର ଟିଜର ରିଲିଜ ହୋଇଯାଇଛି । ଯେଉଁଥିରୁ ପ୍ରଶଂସକଙ୍କର ଖୁବ ଭଲ ପାଇବା ତାଙ୍କୁ ମିଳିଛି ।
ଏହି ଫିଲ୍ମ ୩ମାର୍ଚ୍ଚରେ ରିଲିଜ ହେବାର ଥିଲା । ମାତ୍ର ବର୍ତ୍ତମାନ କୌଣସି କାରଣରୁ ଏହାର ତାରିଖକୁ ବଦଳାଇ ଦିଆଯାଇଛି । ଏହି ଫିଲ୍ମ ୧୪ଜୁନ ୨୦୧୮ରେ ରିଲିଜ ହେବାର ସମ୍ଭାବନା ରହିଛି ।