Only for Entertainment

ଇଣ୍ଟରନେଟ ସେନସେସନ ପ୍ରିୟା ପ୍ରକାଶଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ଖାରଜ କଲେ ସୁପ୍ରିମକୋର୍ଟ । ଏହି ଭିଡିଓକୁ ନେଇ ହୋଇଥିଲା ବିବାଦ ।

you tube
0 57

ମାଲାୟାଲମ୍ ଅଭିନେତ୍ରୀ ବା ଭାଇରାଲ ଗର୍ଲ ନାମରେ ପରିଚିତ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଚଳିତ ବର୍ଷ ଫେବ୍ରୁଆରି ୧୩, ୨୦୧୮ରେ ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍’ରେ ଥିବା ଗୀତ ‘ମାନିକ୍ୟ ମାଲାରାୟ ପୁବୀ’କୁ ନେଇ ପ୍ରିୟାଙ୍କ ବିରୋଧରେ ଏକ ଏତଲା ଋଜୁ କରାଯାଇଥିଲା । କେତେକ ସଂଗଠନ ଅଭିଯୋଗ କରିଥିଲେ କି ଏହି ଗୀତରେ ପ୍ରଫେଟ୍ ମହମ୍ମଦଙ୍କ ପତ୍ନୀଙ୍କ ବିଷୟରେ ପରୋକ୍ଷ ଅବତାରଣା ରହିଛି। ତେଣୁ ଏହି ଗୀତରେ ପ୍ରିୟାଙ୍କ ଆଖି ମାରୁଥିବା ଦୃଶ୍ୟ ଥିବାରୁ ଏହା ଇସ୍ଲାମ ଧର୍ମର ଅପମାନ ବୋଲି କହି କିଛି ସଂଗଠନ ପ୍ରିୟାଙ୍କ ବିରୋଧରେ ଏତଲା ଋଜୁ କରଥିଲେ। ହାଇଦ୍ରାବାଦ୍ ପୁଲିସ ଏହି ଏତଲାକୁ ଗ୍ରହଣ କରି ୧୮ବର୍ଷିୟ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଋଜୁ କରିଥିଲା।

 

Thank you for all the love and support?

A post shared by priya prakash varrier (@priya.p.varrier) on


ଏହା ପରେ ଏହି ମାମଲା ସୁପ୍ରିମକୋର୍ଟଙ୍କ ପାଖରେ ଯାଇ ପହଞ୍ଚିଥିଲା । ଏବେ ଏହି ମାମଲାର ଶୁଣାଣି କରି ଅଭିଯୋଗ ଆଣିଥିବା ସଂଗଠନକୁ କଟୁକ୍ତି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଆପଣମାନଙ୍କର କ’ଣ ଆଉ କିଛି କାମ ନାହିଁ? କିଏ ଗୋଟେ ଫିଲ୍ମରେ ଗୀତ ଗାଇଲେ ତାକୁ ଦେଖି ବିରୋଧ ପ୍ରଦର୍ଶନ କରିବାକୁ ଚାଲି ଆସୁଛନ୍ତି ? ଏଥିସହ ଓରୁ ଅଦାର ଲଭର ଅଭିନେତ୍ରୀ,ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

କହିରଖୁଛୁ ଯେ, ପ୍ରିୟାଙ୍କ ଆଖିମାରୁଥିବା ଭିଡିଓ ଭାଲେଣ୍ଟାଇନ ୱିକରେ ଖୁବ ଭାଇରାଲ ହୋଇଥିଲା । ଏହି ଭିଡିଓ ପରେ ପ୍ରିୟା ରାତା ରାତି ଷ୍ଟାର ପାଲଟିଯାଇଥିଲେ । ଲୋକେ ମଧ୍ୟ ତାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରିଥିଲେ । େ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More