Only for Entertainment

କୋ ଷ୍ଟାର ସହିତ ରୋମାଂଟିକ ଫଟୋ ଶେୟାର କଲେ ପ୍ରିୟା ପ୍ରକାଶ ୱାରିଅର ।

bollywood tadka
33

ଇଂଟରନେଟ ସେନସେସନ ପ୍ରିୟାପ୍ରକାଶ ୱାରିଅର ନିଜ ଚାହାଣୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ପ୍ରିୟା ତାଙ୍କ କୋ ଷ୍ଟାର ଅବଦୁଲଙ୍କ ସହିତ ନଜର ଆସିଛନ୍ତି ଏବଂ କିଛି ଫଟୋରେ ସେ ଏକା ନଜର ଆସିଛନ୍ତି ।

ଫଟୋରେ ଦୁଇଜଣ ପରସ୍ପରର ପ୍ରେମରେ ହଜି ଯାଇଥିବା ନଜର ଆସିଛି । କିଛି ଘଂଟା ପୂର୍ବରୁ ଶେୟାର ହୋଇଥିବା ଏହି ଫଟୋକୁ ୬୦ ହଜାରରୁ ଅଧିକ ଲାଇକ୍ସ ମିଳିଛି ।

କହିରଖୁଛୁଯେ ପ୍ରିୟା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ତେବେ ଫିଲ୍ମର ନାମ ହେଉଛି ଶ୍ରୀଦେବୀ ବଙ୍ଗଲୋ । ଟ୍ରେଲର ରିଲିଜ ହେବାମାତ୍ରେ ବୋନି କପୁର ଏହା ନାମରେ କେସ ମଧ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟ ତାଙ୍କ ପତ୍ନୀ ଶ୍ରୀଦେବୀଙ୍କ ଜୀବନ ସହିତ ଜଡ଼ିତ । ତେବେ ଏହାକୁ ନେଇ କୌଣସି ମତ ରଖିନାହାଁନ୍ତି ପ୍ରିୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More