Only for Entertainment

ଷ୍ଟେଜରେ କିଛି ଏଭଳି ଅନ୍ଦାଜରେ ଭାଷଣ ଦେଲେ ପ୍ରିୟା, ମନ ଛୁଇଁ ନେବ ଭିଡିଓ !

zee news
0 56

ପ୍ରିୟା ପ୍ରକାଶଙ୍କର ଏବେ ପର୍ଯ୍ୟନ୍ତ କୌଣସି ଫିଲ୍ମ ରିଲିଜ ହୋଇ ନାହିଁ , ମାତ୍ର ସେ ଇଂଟରନେଟର ସେନସେସନ ହୋଇ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପ୍ରିୟାଙ୍କ ମାଲୟଲାମ ଫିଲ୍ମ ‘ଓରୁ ଅଦାର ଲବ’ସେପ୍ଟମ୍ବରରେ ରିଲିଜ ହେବ । ମାତ୍ର ପ୍ରିୟା ପ୍ରକାଶଙ୍କର କେବେ ଫିଲ୍ମ ତ କେବେ ଅସଲ ଜୀବନର ଭିଡିଓ ଖୁବ ଭାଇରାଲ ହୋଇଛି । ପ୍ରିୟାଙ୍କର ୨୦୧୭ରେ ହୋଇଥିବା ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ୨୦୧୭ର ଏକ ବ୍ୟୁଟି କଂଟେଷ୍ଟରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ପ୍ରିୟା, ଯେଉଁଥିରେ ସେ ନିଜର ଇଂଟ୍ରୋଡକ୍ସନ ଦେଉଥିବାର ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ-


ଏଥିରେ ପ୍ରିୟା ଏକ ପାରମ୍ପାରିକ ବେଶ ପୋଷାକରେ ଅଛନ୍ତି ଏବଂ ନିଜ ବିଷୟରେ ସଂକ୍ଷେପରେ ବିବରଣୀ ଦେଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଓରୁ ଅଦାରୁ ଲବ’ରେ ଫିଲ୍ମ ଗୀତ ‘ମାନିକ୍ୟ ମଲାରାୟ ପୁବୀ’ ଭିଡିଓରେ ତାଙ୍କ ଆଖି ଇଶାରା ସାରା ଦୁନିଆକୁ ଘାଈଲା କରିଥିଲା । ଯାହା ଦ୍ୱାରା ସେ ରାତାରାତି ପପୁଲାର ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More