Only for Entertainment

ପ୍ରିୟା ପ୍ରକାଶ ୱାରିଅର କଲେ ଏହି ନୂଆ କାମ, କହିଲେ ଭୁଲ ହୋଇଥିଲେ…

Mirchi9
26

ମଲୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅର ଗତ ବର୍ଷ ଆଖିର ଇଶାରା ପାଇଁ ଚର୍ଚ୍ଚାରେ ରହିଥିଲେ । ଏବେ ପ୍ରିୟା ପ୍ରକାଶ ଆଉଥରେ ଲୋକଙ୍କ ହୃଦୟ ଜିତିବା ପାଇଁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଏଥର ସେ ନିଜ ଏକ୍ସପ୍ରେସନ୍ସ ନୁହେଁ ବରଂ ନିଜ ସୂରିଲା ଭଏସ ଜରିଆରେ ଲୋକଙ୍କ ହୃଦୟ ଜିତିବେ । ଏହାର ସୂଚନା ଖୋଦ ପ୍ରିୟା ପ୍ରକାଶ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଦେଇଛନ୍ତି ।

ପ୍ରିୟା ପ୍ରକାଶ ୱାରିଅର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଂଥିରେ ସେ ‘ଫାଇନଲ୍ସ’ ପାଇଁ ଗୀତ ଗାଉଥିବାର ନଜର ଆସିବେ । ସୋସିଆଲ ମିଡିଆରେ ପ୍ରିୟା ପ୍ରକାଶ ଭିଡିଓ ସେୟାର କରି ସଂଗୀତ ତାଙ୍କର ଦ୍ୱିତୀୟ ପସନ୍ଦ ବୋଲି କହିଥିଲେ ।

ଏହି ଭିଡିଓ ସେହିତ ସେ କ୍ୟାପସନରେ ଲେଖିଥିଲେ, ‘ଫାଇନାଲ୍ସ ଫ୍ୟାମିଲିର ସଦସ୍ୟ ହୋଇ ନିଜକୁ ଖୁବ ଭାଗ୍ୟଶାଳୀ ମାନୁଛି । ପ୍ରଥମ ଥର ମୁଁ କୌଣସି ଫିଲ୍ମ ପାଇଁ ଗୀତ ରେକର୍ଡ କରିବି । ଏହା ମୋ ପାଇଁ ଖୁବ ଖାସ ଏବଂ ସ୍ପେଶାଲ । ଆଶା କରୁଛି ଏହି ଗୀତକୁ ଆପଣ ପସନ୍ଦ କରିବେ ଏବଂ ଭୁଲ ଥିଲେ ଅଣଦେଖା କରିଦେବେ ।’

ପ୍ରିୟା ପ୍ରକାଶ ୱାରିଅର ନିଜର ଫଟୋ ଏବଂ ଭିଡିଓକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ପ୍ରିୟା ପ୍ରକାଶଙ୍କ ଏହି ଗୀତକୁ ଶୁଣିବା ପାଇଁ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଦେଖାଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More