Only for Entertainment

ସ୍କୁଲ ଲ୍ୟାବରେ ରୋମାନ୍ସ କରୁଥିବା ସମୟରେ ପ୍ରିୟା ପ୍ରକାଶଙ୍କ ଭିଡିଓ ଭାଇରାଲ,୩ ମାସ ପରେ ନଜର ଆସିଲା ପୁରୁଣା ଯାଦୁ ।

amarujala
0 71

ରାତାରାତି ଇଂଟରନେଟ ସେନସେସନ ହୋଇ ଯାଇଥିବା ପ୍ରିୟା ପ୍ରକାଶ ୱାରିଅର ‘ଔର ଅଦାର ଲଭ’ର ସୁଟିଂ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ଫିଲ୍ମର ଏକ ଗୀତ ରିଲିଜ ହୋଇଥିଲା । ଯେଉଁଥିରେ ପ୍ରିୟାଙ୍କ ଏକ୍ସପ୍ରେସନ ପୂରା ଭାରତର ଯୁବଙ୍କୁ ଦିୱାନା କରିଦେଇଥିଲା ।

ଏବେ ଫିଲ୍ମର ଅନ୍ୟ ଏକ ଗୀତ ରିଲିଜ ହୋଇଛି । ଏହିଥର ମଧ୍ୟ ପୂର୍ବପରି ଫିଲ୍ମର ହିରୋ ରୋଶନ ଏବଂ ପ୍ରିୟା ତାଙ୍କ ଅଭିନୟର ଯାଦୁ ଖେଳାଇ ଦେଇଛନ୍ତି । ଫିଲ୍ମର ଏହି ଗୀତ ସ୍କୁଲ ଲ୍ୟାବର ପାର୍କରେ ସୁଟିଂ ହୋଇଛି ।
ପ୍ରିୟା ଏହି ଗୀତରେ କମାଲ ଏକ୍ସପ୍ରେଶନ ଦେଇଛନ୍ତି । ରୋଶନ ମଧ୍ୟ ତାଙ୍କ ଡ୍ୟାନ୍ସର ଯାଦୁ ଦେଖାଇଛନ୍ତି । ତେବେ ଏହା ପ୍ରିୟାଙ୍କ ଡେବ୍ୟୁ ଫିଲ୍ମ । ତାଙ୍କୁ ବଲିଉଡରୁ ମଧ୍ୟ ଖୁବ ଅଫର ଆସୁଛି ।

ଏହି ଫିଲ୍ମ ହିନ୍ଦୀ,ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ । ପ୍ରଥମ ଥର ପାଇଁ ଏହା ମଲୟାଲାମ ଫିଲ୍ମର ବଡ଼ ପଦକ୍ଷେପ ହେବ । ତେବେ ଏହା ପ୍ରିୟାଙ୍କ ଜନପ୍ରିୟତାକୁ ଆଖି ସାମ୍ନାରେ ରଖି ନିଷ୍ପତ୍ତି ନିଆଯାଇଛି । ଫିଲ୍ମରେ ସ୍କୁଲ ସମୟରେ ରୋମାନ୍ସ ନଜର ଆସିବ । କେବଳ ସେତିକି ନୁହେଁ ପୂର୍ବରୁ ରିଲିଜ ହୋଇଥିବା ଗୀତକୁ ବଲିଉଡ ଅଭିନେତା ଋଷି କପୁର ଏବଂ ଅଲ୍ଲୁ ଅର୍ଜୁନଙ୍କ ଭଳି ସୁପରଷ୍ଟାର ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More