Only for Entertainment

ପ୍ଲାନେଟର ସବୁଠାରୁ ଷ୍ଟାଇଲିସ ମ୍ୟାନଙ୍କୁ କିସ କରି ସମ୍ମାନିତ ଅନୁଭବ କରୁଛି: ପ୍ରିୟଙ୍କା ଚୋପ୍ରା ।

instagram
18

ଡିସେମ୍ବର ୨ ତାରିଖରେ ଯୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରିୟଙ୍କା ଏବଂ ନିକ । ୨୦ ତାରିଖରେ ଦୁଇଜଣ ମୁମ୍ବାଇରେ ବଲିଉଡ ସେଲିବ୍ରେଟୀଙ୍କୁ ରିସେପସନ ଦେଲେ ଏହା ପରେ ଉଭୟ ଯାଇଥିଲେ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଂଟକୁ ଖାନପ ପରିବାରର ଆଶୀର୍ବାଦ ପାଇବା ପାଇଁ । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇ ଜଣ ଲଣ୍ଡନ ଫେରି ଯାଇଛନ୍ତି । ଗତକାଲି ଆମେ ଆପଣଙ୍କ ସହିତ ସେମାନଙ୍କର କିଛି ଫଟୋ ଶେୟାର କରିଥିଲୁ ଯେଉଁଥିରେ ପ୍ରିୟଙ୍କା ଓ ନିକ ତାଙ୍କ ପରିବାର ସହିତ ଡିନର କରୁଥିବାର ନଜର ଆସିଥିଲେ । କେବଳ ସେତିକି ନୁହେଁ ସେଠାରେ ନିକଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧ୍ୟ ପହଂଚିଥିଲେ ।

 

ତେବେ ପ୍ରିୟଙ୍କା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ନିକଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ନିକଙ୍କୁ କିସ କରୁଥିବାର ନଜର ଆସିଛନ୍ତି । ଫଟୋରେ ଉଭୟ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଏହା ସହିତ ପ୍ରିୟଙ୍କା ଏକ କ୍ୟାପ୍ସନ ଦେଇଛନ୍ତି ଯେଉଁଥିରେ ଲେଖାଅଛି ପ୍ଲାନେଟର ସବୁଠାରୁ ଷ୍ଟାଇଲିସ ଲୋକକୁ କିସ କରି ମୁଁ ନିଜକୁ ସମ୍ମାନିତ ମନେ କରୁଛି । ଏହି ଷ୍ଟାଇଲ ସବୁବେଳେ ଚମକୁ ଥାଉ । ଫଟୋକୁ ଏକ ଘଂଟାରେ ଲକ୍ଷାଧିକ ଲାଇକ୍ସ ମିଳି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More