Only for Entertainment

ଏହି ରିଆଲିଟି ସୋ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା ଓ ନିକ୍‌!

Entertainment Tonight
18

ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ପ୍ରେମିକ ନିକ୍‌ ଜୋନ୍‌ସ ଯେଉଁଠାରେ ବି ଏକାଠି ନଜର ଆସୁଛନ୍ତି ସେଠାରେ ହଙ୍ଗାମା ହେଉଛି। ଏହି ପ୍ରେମୀଯୁଗଳ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କରି ଏନ୍‌ଗେଜମେଣ୍ଟ୍‌ ପରେ ପ୍ରିୟଙ୍କା ଓ ନିକ୍‌ ଲୋକଙ୍କର ଅଧିକ ଦୃଷ୍ଟି ଆକର୍ଷଣ କରୁଛନ୍ତି ।

ଏବେ ଖବର ମିଳିଛି କି ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ଏକାଠି ଏକ ରିଆଲିଟି ସୋ’ରେ ନଜର ଆସିବେ । ହଁ , ଚର୍ଚ୍ଚା ହେଉଛି ,ଏ ଦୁହେଁ ଡ୍ୟାନ୍‌ସ ରିଆଲିଟି ସୋ’‘ଡ୍ୟାନ୍‌ସ ପ୍ଲସ୍‌-୪’ରେ ଏକାଠି ନୃତ୍ୟ କରିବେ। ଏ ଦୁହିଁଙ୍କୁ ଏହି ସୋ’ରେ ଅତିଥିଭାବେ ଯୋଗ ଦେବା ଲାଗି ନିମନ୍ତ୍ରଣ ଦିଆଯାଇଛି।


‘ଡ୍ୟାନ୍‌ସ ପ୍ଲସ୍‌-୪’ ସୋ’ ପ୍ରତି ଶନିବାର ଓ ରବିବାର ରାତି ଆଠଟା ବେଳେ ପ୍ରସାରିତ ହେଉଛି। ଏହା ଷ୍ଟାର୍‌ ପ୍ଲସ୍‌ ଚାନେଲରେ ପ୍ରସାରିତ ହେଉଛି। ଏହି ସୋ’କୁ ଡିଆଇଡି ଫେମ୍‌ ରାଘବ ଓ ସାରେଗାମା ପା ଫେମ୍‌ ସୁଗନ୍ଧା ମିଶ୍ରା ହୋଷ୍ଟ୍‍ କରୁଛନ୍ତି। ଏଥିରେ ତିନିଜଣ ଜଜ୍‌ ଅଛନ୍ତି। ସେମାନେ ହେଲେ ପୁନୀତ ପାଠକ,ଶକ୍ତି ମୋହନ ଓ ଧର୍ମେଶ। ଏତଦ୍‌ବ୍ୟତୀତ ଏଥିରେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ରେମୋ ଡିସୁଜା ସୁପରଜଜ୍‌ ଭାବେ ଅଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More