Only for Entertainment

ନିକଙ୍କୁ ପ୍ରେମରେ ପ୍ରିୟଙ୍କା ଏହି ନାମରେ ଡାକନ୍ତି ।

youtube
22

ନିକ ଏବଂ ପ୍ରିୟଙ୍କା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ମଧ୍ୟରେ ମିଡିଆ ସହିତ କଥା ହେଉଥିବା ସମୟରେ ପ୍ରିୟଙ୍କା ନିକଙ୍କୁ ନେଇ ଏକ କଥା କହିଛନ୍ତି । ଏହି ମଧ୍ୟରେ ସେ କହିଛନ୍ତିଯେ ସେ ନିକଙ୍କୁ ସେ ପ୍ରେମରେ କେଉଁ ନାମରେ ଡାକନ୍ତି ।ବଲିଉଡ ଲାଇଫ ରିପୋର୍ଟ ଅନୁସାରେ ପ୍ରିୟଙ୍କା ନିକଙ୍କୁ ବୋଲ୍ଡ ମ୍ୟାନ ଜୋନସ କହି ଡାକନ୍ତି ।

ପ୍ରିୟଙ୍କା ତାହା ପଛର ଏକ କାରଣ କହିଛନ୍ତି । ତାଙ୍କ କହିବା ଅନୁସାରେ ସେ ଥରେ ନିକଙ୍କ ସହିତ ଲସ ଏଂଜେଲସର ଏକ ସ୍ଥାନକୁ ଡେଟରେ ଯାଇଥିଲେ । ସେଠାରେ ନିକ ତାଙ୍କୁ କହିଥିଲେ ତୁମେ ଯେଉଁଭଳି ନଜରରେ ଦୁନିଆକୁ ଦେଖ ତାହା ମୋତେ ଖୁବ ପସନ୍ଦ । ଏହାପରେ ପ୍ରିୟଙ୍କା କହିଲେଯେ ଜଣେ ଝିଅ ଭାବରେ ମୁଁ କହିବି ମୋତେ ଏହି କଥା ପୂର୍ବରୁ କେହି ମଧ୍ୟ କହିନାହାଁନ୍ତି । ସମସ୍ତେ ଓଲଟା ବୁଝିଛନ୍ତି । ସାଧାରଣ ଭାବରେ କହିହେବଯେ ନିକ ପ୍ରିୟଙ୍କାଙ୍କୁ ଖୁବ ସମ୍ମାନ ଦିଅନ୍ତି । ବୟସରେ ସେ ପ୍ରିୟଙ୍କାଙ୍କ ଠାରୁ କମ ହେଲେ ମଧ୍ୟ ବୁଝିବାର ଶକ୍ତି ତାଙ୍କର ଯଥେଷ୍ଟ ରହିଛି । ଯେଉଁ କାରଣରୁ ପ୍ରିୟଙ୍କା ତାଙ୍କୁ ପସନ୍ଦ କରନ୍ତି ।

ଏହି ଯୋଡ଼ି ଡିସେମ୍ବର ୨ରେ ଯୋଦ୍ଧପୁରର ଉମେଦ ଭବନ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।ଦୁଇଟି ଭିନ୍ନ ଭିନ୍ନ ରୀତିନୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More