Only for Entertainment

ମ୍ୟୁଜିକ କଂସର୍ଟରେ ବୟଫ୍ରେଣ୍ଡ ନିକଙ୍କ ଫଟୋ ଉଠାଉଥିବା ନଜର ଆସିଲେ ପ୍ରିୟଙ୍କା, ସୋସିଆଲ ମିଡିଆରେ କଲେ ସେୟାର

E! News
0 42

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କର କଥିତ ବୟଫ୍ରେଣ୍ଡ ଆମେରିକୀୟ ସିଙ୍ଗର ନିକ ଜୋନସଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା । ନିକଟରେ ଦୁହେଁ ଭାରତରେ ବୁଲାବୁଲି ସାରି ଆମେରିକା ଫେରିଥିଲେ । ଏହା ପରେ ପ୍ରିୟଙ୍କା ନିକଙ୍କ ସହିତ ଭିଲ୍ଲା ମିକ୍ସ ଫେଷ୍ଟିଭାଲରେ ଯୋଗ ହେବା ପାଇଁ ବ୍ରାଜିଲ ଗ୍ରସ୍ତରେ ଅଛନ୍ତି ।

nick1

ଭିଲ୍ଲା ମିକ୍ସ ଫେଷ୍ଟିଭାଲରେ ନିକ ଜବରଦସ୍ତ ପରଫମାନ୍ସ ଦେଇଥିଲେ । ନିକଙ୍କ ପରଫମାନ୍ସ ଦେଖି ଫ୍ୟାନମାନେ ଖୁବ ଏକ୍ସାଇଟେଡ ନଜର ଆସିଥିଲେ । ତେବେ ପ୍ରିୟଙ୍କା ବି ଏଥିରୁ ବାଦ ପଡିବେ କିପରି । ନିକ ପଫର୍ମ କରୁଥିବା ସମୟରେ ପ୍ରିୟଙ୍କା ତାଙ୍କର ଭିଡିଓ ଏବଂ ଫଟୋ ଉଠାଉଥିବା ନଜର ଆସିଛନ୍ତି ।

priyanka

ନିକଟରେ ପ୍ରିୟଙ୍କା ନିକଙ୍କର କିଛି ଫଟୋ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଫଟୋ ଏବଂ ଭିଡିଓ ସେୟାର କରି ସେ ଲଭ ଇମେଜି ମଧ୍ୟ ଦେଇଥିଲେ ।

nick

କହିରଖୁଛୁ ଯେ ପ୍ରିୟଙ୍କା ନିକଙ୍କ ଠାରୁ ୧୦ ବର୍ଷ ବଡ । ଦୁହିଁଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ହେଉଥିବା ବେଳେ ଦୁହେଁ ଏହା ବିଷୟରେ ଏପର୍ଯ୍ୟନ୍ତ କିଛି କହିନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More