Only for Entertainment

ସାମ୍ନାକୁ ଆସିଲା ‘ଦ ସ୍କାଏ ଇଜ ପିଙ୍କ୍’ର ପ୍ରଥମ ଲୁକ, ଟୋରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ହେବ ୱାର୍ଲ୍ଡ ପ୍ରମିୟମ

google
40

ଅଭିନେତ୍ରୀ ପ୍ରିୟଙ୍କା ଏବେ ପତି ନିକ ଜୋନସଙ୍କ ସହିତ ମିଆମିରେ ଛୁଟି କଟାଉଛନ୍ତି । ଇତି ମଧ୍ୟରେ ତାଙ୍କ ଆଗାମୀ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ର ପ୍ରଥମ ଲୁକ୍ ରିଲିଜ କରାଯାଇଛି । ରିଲିଜ କରାଯାଇଥିବା ଫିଲ୍ମର ପ୍ରଥମ ପୋଷ୍ଟରରେ ପ୍ରିୟଙ୍କାଙ୍କ ସହିତ ଫରହାନ ଖାନ, ଜୟରା ୱସିମ ଏବଂ ରୋହିତ ସରାଫ ମଧ୍ୟ ନଜର ଆସିଛନ୍ତି । ୪ଜଣ କଳାକାର ପରିବାର ପରି ଏକାଠୀ ପୋଜ ଦେବାର ନଜର ଆସିଛନ୍ତି ।

ଏହି ଫଟୋଟି ପଛରୁ ନିଆଯାଇଛି । ଚାରିଜଣ କଳାକାରଙ୍କ ଚେହେରା ଫଟୋରେ ଦେଖିବାକୁ ମିଳିନାହିଁ । ସମସ୍ତ କଲାକାର ସମୁଦ୍ର କୂଳରେ ଠିଆ ହୋଉ ଖୋଲା ଆକାଶକୁ ଦେଖୁଥିବାର ନଜର ଆସିଛନ୍ତି ।


ଫିଲ୍ମର ପ୍ରଥମ ପୋଷ୍ଟର ସହିତ ଆଉ ଏକ ବଡ ଘୋଷଣା ମଧ୍ୟ କରାଯାଇଛି । ‘ଦ ସ୍କାଏ ଇଜ ପିଙ୍କ’ର ୱାର୍ଲ୍ଡ ପ୍ରିମିୟମ କରାଯିବ । ଏହି ପ୍ରିମିୟମ ଟୋରୋଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୧୯ରେ ସେପ୍ଟେମ୍ବର ୧୩ରେ କରାଯିବ ।

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ, ଫିଲ୍ମ ମୋଟିଭେସନାଲ ସ୍ପିକର ଆୟେଶା ଚୌଧରୀଙ୍କ ଜୀବନ ଉପରେ ଆଧାରିତ । ଆୟାଶାଙ୍କୁ ଫଲ୍ମୋନାରୀ ଫାଇବ୍ରୋସିସ ନାମକ ରୋଗରେ ପିଡିତ ଥିଲେ । ଫିଲ୍ମରେ ଆୟେଶାଙ୍କ ଭୂମିକାରେ ଜାୟରା ୱସିମ ନଜର ଆସିବେ । ଫିଲ୍ମରେ ପ୍ରିୟଙ୍କା ଏବଂ ଫରହାନ ଅଖତର ଜାୟରାଙ୍କ ମାତା ପିତା ଭୂମିକାରେ ନଜର ଆସିବେ । ଫିଲ୍ମ ଅକ୍ଟୋବର ୧୧ରେ ପରଦାକୁ ଆସିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More