Only for Entertainment

ବିବାହ ବାର୍ଷିକ ପୂର୍ବରୁ ନିକୟଙ୍କା କିଣିଲେ ସ୍ୱପ୍ନର ଘର, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

google
23

ଲସ୍ ଆଞ୍ଜେଲସ ପାଖରେ ଥିବା ଏନସିନୋରେ ପ୍ରିୟଙ୍କା ଓ ନିକ୍ ମିଶି ନିଜ ସ୍ବପ୍ନର ଘର ପାଇଁ ଜମି କିଣି ନେଇଥିବା ଜଣାପଡ଼ିଛି। ୧୪୪କୋଟି ଟଙ୍କା ଦେଇ ଦୁହେଁ ୨,୦୦୦ସ୍କୋୟର ଫୁଟର ଜମି କିଣିଥିବା ନେଇ ସୂଚନା ମିଳିଛି। କେବଳ ପ୍ରିୟଙ୍କା-ନିକ୍ ନୁହନ୍ତି, ନିକଙ୍କ ଭାଇ ‌ଜୋ ଜୋନସ ଓ ତାଙ୍କ ପତ୍ନୀ ସୋଫି ଟର୍ଣ୍ଣର ମଧ୍ୟ ୧୦୦କୋଟି ଟଙ୍କା ଦେଇ ୧,୫୦୦ସ୍କୋୟର ଫୁଟର ଜମି କିଣିଥିବା ଜଣାପଡ଼ିଛି।

pc

ମିଳିଥିବା ସୂଚନା ମୁତାବକ, ପ୍ରିୟଙ୍କା ନୂଆ ଘରେ ୧୧ଟି ଶୋଇବା ଘର ରହିବ। ଛାତକୁ ଉଚ୍ଚା ରଖାଯିବ। ସେହିଭଳି ଭାବରେ ଜୋ ଜୋନସଙ୍କ ଘରେ ୧୦ଟି ଶୋଇବା ଘର ଓ ୧୪ଟି ଶୌଚାଳୟ ରହିବ। ଅଗଷ୍ଟରେ ଖବର ମିଳିଥିଲା କି ନିକ୍ ନିଜର ପୁରୁଣା ଘର ବିକ୍ରି କରିଦେବା ସହ ନୂଆ ଘର ଖୋଜିବା ଆରମ୍ଭ କରିଛନ୍ତି। ପୁରୁଣା ଘରେ ସେ ଏକା ରହୁଥିବା ବେଳେ ଏବେ ନୂଆ ଘରେ ସେ ପ୍ରିୟଙ୍କାଙ୍କ ସହ ରହିବେ। ଗତ ବର୍ଷ ଡିସେମ୍ବରରେ ଦୁହେଁ ବିବାହ କରିଥିବା ବେଳେ ଆଗକୁ ଦୁହିଁଙ୍କ ବିବାହ ବାର୍ଷିକୀ ଆସିବାକୁ ଯାଉଛି। ଯାହାକୁ ନେଇ ନିକ୍ ସ୍ବତନ୍ତ୍ର ଆୟୋଜନ କରିଥିବା ଚର୍ଚ୍ଚା ହେଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More