Only for Entertainment

ମା’ଙ୍କ ସହ ଦେଖା କରାଇବା ଲାଗି ନିକଙ୍କୁ ଧରି ଭାରତ ଫେରିଲେ ଦେଶୀଗର୍ଲ ପ୍ରିୟଙ୍କା !

Harper's Bazaar
0 42

ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା, ଏବେ ହଲିଉଡ୍ ଷ୍ଟାର୍ ନିକ୍ ଜୋନସଙ୍କ ନିଜ ପ୍ରେମ ସମ୍ପର୍କକୁ ନେଇ ରହିଛନ୍ତି ହେଡଲାଇନ୍ସରେ । ଆଉ ତାଙ୍କୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି ମାୟାନଗରୀରେ । ତେବେ ଏହି ଯୋଡି ଏବେ ଆସିଛନ୍ତି ଭାରତ । ନିଜ ବୟଫ୍ରେଣ୍ଡଙ୍କୁ ଭାରତ ବୁଲାଇବା ପାଇଁ ଆଣିଛନ୍ତି ଦେଶୀଗର୍ଲ । ଭାରତ ଆସିବେ, ଆଉ ମିଡିଆ କର୍ମି ତାଙ୍କୁ କ୍ୟାମେରାରେ କଏଦ କରିବେନି, ଏମିତି ତ’ ହୋଇ ପାରିବନି ।

ତେବେ ଗାଡି ଭିତରେ ନିକଙ୍କୁ ଲୁଚାଇବାକୁ ପୁରା ଚେଷ୍ଟା କରିଥିଲେ ଦେଶୀ ଗର୍ଲ । ଯାହାକୁ ନେଇ ପ୍ରିୟଙ୍କା ଫ୍ୟାନ୍ସ ହୋଇଛନ୍ତି ନିରାଶ । ଆଉ ଟ୍ୱିଟରରେ ରଖିଛନ୍ତି ଏହାର ଉତ୍ତର । ବିଦେଶରେ ନିକଙ୍କ ସହ ଖୁଲମଖୁଲା ବୁଲୁଥିବା ପ୍ରିୟଙ୍କା ଭାରତରେ କାହିଁ ଏପରି ଲୁଚି ହେଉଛନ୍ତି, ପ୍ରଶଂସକ କରିଛନ୍ତି ଅଭିଯୋଗ । ଅନେକ ପ୍ରିୟଙ୍କାଙ୍କ ଏଭଳି ବ୍ୟବହାରରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ପ୍ରେମରେ ପଡିଛନ୍ତି ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଆମେରିକୀୟ ପପ୍ ଗାୟକ ତଥା ଅଭିନେତା ନିକ୍ ଜୋନସଙ୍କୁ ଡେଟ କରୁଥିବା ଚାଲିଛି ଚର୍ଚ୍ଚା । ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ହଲିଉଡରେ ସକ୍ରିୟ ଥିବା ବଲିଉଡ୍ର ଏହି ନାୟିକାଙ୍କ ଅଫେୟାର୍ସ ଖବର ସଭିଁଙ୍କୁ ଚକିତ କରିଛି । ଗତ ବର୍ଷ ମେଟ ଗାଲା ରେଡ କାର୍ପେଟରେ ପ୍ରିୟଙ୍କା ଓ ନିକଙ୍କୁ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିଲେ । ସେବେଠାରୁ ହିଁ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଦୁହେଁ ନିଜର ଏହି ସମ୍ପର୍କକୁ କେବଳ ଦୋସ୍ତି ର ନାମ ଦେବାରେ ଲାଗିଛନ୍ତି ।

ହେଲେ ଦୁହିଁଙ୍କ ଫଟୋଗ୍ରାଫସ କିନ୍ତୁ କିଛି ଅଲଗା କଥା ବୟାନ କରୁଛି । ଆପଣଙ୍କୁ କହି ରଖୁଛୁ ପ୍ରିୟଙ୍କା ଓ ନିକଙ୍କ ମଧ୍ୟରେ ବୟସର ତାରତମ୍ୟ ବେଶ ଅଧିକା ରହିଛି । ନିକ୍ ପ୍ରିୟଙ୍କାଙ୍କ ଠାରୁ ବୟସରେ ୧୦ ବର୍ଷ ସାନ । ପ୍ରିୟଙ୍କାଙ୍କୁ ୩୫ ବର୍ଷ ହୋଇଥିବାବେଳେ ନିକ୍ଙ୍କୁ ଏବେ ମାତ୍ର ୨୫ ବର୍ଷ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More