Only for Entertainment

ବିବାହ ପୂର୍ବରୁ ଆମେରିକା କୋର୍ଟ ପ୍ରିୟଙ୍କା-ନିକଙ୍କୁ ଦେଲା ଏହି ଖୁସି ଖବର ।

bollywood tadka
34

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ବିଦେଶୀ ବୟ ନିକ ଜୋନସ ଆଗାମୀ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଦୁହିଁଙ୍କୁ ବିବାହ କରିବାର ଲାଇସେନ୍ସ ମଧ୍ୟ ମିଳି ସାରିଛି ।

ଅସଲରେ ଆମେରିକାର ଆଇନ ଅନୁସାରେ ଅନ୍ୟ ଦେଶରେ ବିବାହ କରିବାକୁ ହେଲେ ଲାଇସେନ୍ସର ଆବଶ୍ୟକତା ପଡିଥାଏ । ଖବର ଅନୁସାରେ ନିକଟେରେ ନିକ ଏବଂ ପ୍ରିୟଙ୍କା ବ୍ରେବର୍ଲି କୋର୍ଟ ହାଉସ ଯାଇ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବେ ଦୁହିଁଙ୍କୁ ବିବାହ କରିବା ପାଇଁ ଲାଇସେନ୍ସ ମିଳିସାରିଛି । କୁହାଯାଉଛି ଯେ, ନିକ ଲାଇସେନ୍ସ ସହିତ ଭାରତ ଆସିବେ ଏବଂ ବିବାହ ପରେ ଆମେରିକା ଯାଇ ସେଠାରେ ବିବାହ ପ୍ରମାଣ ପତ୍ର ପଇଠ କରିବେ ଯେପରି ଦୁଇଟି ଦେଶରେ ବିବାହକୁ ଆଇନର ମାନ୍ୟତା ମିଳିପାରିବ ।

ପ୍ରିୟଙ୍କା ଏବଂ ନିକ ଲମ୍ବା ସମୟରୁ ପରସ୍ପରକୁ ଡେଟ କରୁଥିଲେ । ଏବଂ ଚଳିତ ବର୍ଷ ଅଗଷ୍ଟରେ ଦୁହେଁ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଥିଲେ । ଏବେ ଡିସେମ୍ବର ୨ରେ ଦୁହେଁ ଯୋଧପୁରରେ ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More