Only for Entertainment

ଲସ ଏଞ୍ଜେଲସରେ ବଡ ରିସେପ୍ସନ ପାର୍ଟି ଦେବେ ନିକ-ପ୍ରିୟଙ୍କା, ସାମିଲ ହେବେ ଅନେକ ହଲିଉଡ ତାରକା ।

Evening Standard
32

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ବିବାହ ପରେ ୨୦ ଡିସେମ୍ବରରେ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ପାର୍ଟି ରଖିଥିଲେ । ପାର୍ଟିରେ ଫିଲ୍ମ ଜଗତର ବଡ ବଡ କଳାକାରଙ୍କ ସମେତ ଅନେକ ପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ । ଏପରିକି ପ୍ରିୟଙ୍କାଙ୍କ ଏକ୍ସେ ବୟଫ୍ରେଣ୍ଡ ସାହିଦଙ୍କୁ ମଧ୍ୟ ପାର୍ଟିରେ ଦେଖିବାକୁ ମିଳିଥିଲା । ମୁମ୍ବାଇରେ ବଡ ଆଡମ୍ବରରେ ପାର୍ଟି ରଖିବା ପରେ ଏବେ ନ୍ୟୁଲି ୱେଡ କପଲ ଲସ ଏଞ୍ଜେଲସରେ ନିଜ ହଲିଉଡ ବନ୍ଧୁମାନଙ୍କ ପାଇଁ ପାର୍ଟି ଦେବେ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ରିସେପ୍ସନ ପାର୍ଟିରେ ହଲିଉଡର ଆନେକ ନାମିଦାମୀ ସେଲିବ୍ରିଟି ସାମିଲ ହୋଇପାରନ୍ତି ।

 

View this post on Instagram

 

And the party don’t stop.. ❤️??

A post shared by Priyanka Chopra Jonas (@priyankachopra) on

ଖବର ଅନୁସାରେ ପ୍ରିୟଙ୍କା ଏବଂ ନିକଙ୍କ ଟିମ ଏବେ ରିସେପ୍ସନ ଭେନ୍ୟୁ ଡିସାଇଡ କରୁଛନ୍ତି । ପାର୍ଟିରେ କ୍ୟାରୀ ୱାସିଂଟନ ଡୱେନ ଜନସନ, ମେଗାନ ମର୍କଲ ଆଦି ସାମିଲ ହେବେ ବେଲି ଶୁଣିବାକୁ ମିଳିଛି ।

ମୁମ୍ବାଇ ରିସେପ୍ସନ ପାର୍ଟି ଶେଷ ହୋଇସାରିଥିବା ବେଳେ ଏହି କପଲ ହନିମୁନ ପାଇଁ ସ୍ୱଜରଲ୍ୟାଣ୍ଡ ଯିବାର ପ୍ଲାନିଂ ରହିଛି । ହନିମୁନରୁ ଫେରିବା ପରେ ପ୍ରିୟଙ୍କା ସ୍କାଇ ଇଜ ପିଙ୍କର ସୁଟିଂରେ ବ୍ୟସ୍ତ ରହିବେ । ଏହା ପରେ ଜାନୁଆରୀ ୨୦୧୯ରେ ଦୁହେଁ ଲସ ଏଞ୍ଜେଲସରେ ପାର୍ଟି ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More