Only for Entertainment

ବିଦେଶୀ ବୟଫ୍ରେଣ୍ଡଙ୍କ ସହିତ ଡିନର ଡେଟରେ ଦେଶୀ ଗର୍ଲ

zee news
0 42

ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କର ବିଦେଶୀ ବୟଫ୍ରେଣ୍ଡ ନିକ ଜୋନାସଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା । ତେବେ ପ୍ରିୟଙ୍କା ନିକ ଜୋନାସଙ୍କୁ ମୁମ୍ବାଇ ନେଇ ଆସିବା ପରେ ଏହି ଚର୍ଚ୍ଚା ଏବେ ଆହୁରି ଜୋର ଧରିଛି । ମୁମ୍ବାଇ ଆସିବା ପରେ ଏହି ଯୋଡିଙ୍କୁ ଡିନର ଡେଟରେ ଦେଖିବାକୁ ମିଳିଥିଲା । ଏହି ଡେଟରେ ଦୁହେଁ ହାତ ଧରାଧରି ହୋଇ ଯାଉଥିବାର ଦେଖିବାକୁ ମିଳିଛି ।

pc1

ଡିନର ଡେଟରେ ପ୍ରିୟଙ୍କା ହ୍ୱାଇଟ ଏବଂ ବ୍ଲାକର ଚେକ ଡ୍ରେସ ପିନ୍ଧିଥିବା ବେଳେ ନିକ ହ୍ୱାଇଟ ଟି-ସାର୍ଟରେ ନଜର ଆସିଥିଲେ । ପ୍ରିୟଙ୍କା ଏବଂ ନିକଙ୍କ ହାତ ଧରା ଧରି ହୋଇ ଯାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏହି ଯୋଡିଙ୍କୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

priyanka-mom

ଏହି ଡିନର ଡେଟରେ ପ୍ରିୟଙ୍କା ଏକା ନୁହେଁ ବରଂ ତାଙ୍କ ଫ୍ୟାମିଲି ସହିତ ପହଁଚିଥିଲେ । ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଏବଂ ତାଙ୍କ ଭାଇଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ଏଥିରୁ ଜଣାପଡୁଛି ଯେ ନିକଙ୍କ ପରେ ପ୍ରିୟଙ୍କା ତାଙ୍କ ଫ୍ୟାମିଲି ସହିତ ନିକଙ୍କୁ ଦେଖାକରାଇବା ପାଇଁ ଏହି ମିଟିଂ ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More